ରଣପୁରରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ : ଏଥର କଂଗ୍ରେସ ଟିକେଟରେ ଲଢ଼ିବେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ

ଭୁବନେଶ୍ବର: ରଣପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। ଶୁଭଶ୍ରୀଙ୍କୁ କଂଗ୍ରେସ ଦଳ ପକ୍ଷରୁ ଟିକେଟ ଦିଆଯାଇଛି। ୨୦୧୪ରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୁରୁଣା ଦଳ ଆମ ଓଡ଼ିଶା ପାର୍ଟି ତରଫରୁ ନିର୍ବାଚନ ଲଢ଼ିଥିବା ଶୁଭଶ୍ରୀ ପଣ୍ଡା ଏଥର କଂଗ୍ରେସରୁ ଲଢ଼ିବେ।

ରଣପୁରରେ ଚଳିତ ଥର ପ୍ରାର୍ଥୀ ବଦଳାଇଛି କଂଗ୍ରେସ । କଂଗ୍ରେସରେ ସାମିଲ ହେବାପରେ ସେ ପ୍ରଥମ ଥର ପାଇଁ  ନିର୍ବାଚନ ଲଢ଼ିବା ପାଇଁ ଶୁଭଶ୍ରୀଙ୍କୁ ସୁଯୋଗ ଦେଇଛି ଦଳ ।

ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟ ମାସରେ କଂଗ୍ରେସରେ ସାମିଲ ହୋଇଥିଲେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା । ୨୦୧୪ ସାଧାରଣ ନିର୍ବାଚନରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୁରୁଣା ଦଳ ଆମ ଓଡ଼ିଶା ପାର୍ଟି ତରଫରୁ ରଣପୁର ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ତେବେ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡ଼ିରେ ସାମିଲ ହୋଇ ସାଂସଦ ହେବା ପରେ ଶୁଭଶ୍ରୀ ପଣ୍ଡା କଂଗ୍ରେସରେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର