ବିଜେଡି ଟିକେଟ୍‌: ୨ ଲୋକସଭା ଓ ୧୦ ବିଧାନସଭା ଆସନ ପାଇଁ ଏବେ ବି ସସ୍‌ପେନସ୍‌

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ସୋମବାର ସନ୍ଧ୍ୟା ସୁଦ୍ଧା ଅଧିକାଂଶ ଆସନରେ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଏଯାଏଁ ୧୯ଟି ଲୋକସଭା ଆସନ ଏବଂ ୧୩୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରଥିବା ବେଳେ ୨ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ଏବେ ବି ସସ୍‌ପେନସ୍‌ ଜାରି ରହିଛି।

ଆଶାୟୀ ପ୍ରାର୍ଥୀମାନେ ପୂର୍ବରୁ ଅନୁମାନ କରୁଥିଲେ ଯେ, ଆଜି ଅନ୍ତିମ ପର୍ଯ୍ୟାୟରେ ସମସ୍ତ ଆସନ ପାଇଁ ପ୍ରାର୍ଥୀଙ୍କର ନାମ ଘୋଷଣା ହୋଇଯିବ କିନ୍ତୁ ନେତାଙ୍କ ଗଣିତ ଫେଲ ମାରିଛି। ବିଜେଡି ଯେହେତୁ ଆହୁରି ୨ଟି ଲୋକସଭା ଓ ୧୦ଟି ବିଧାନସଭା ଆସନରେ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ, ଦଳରେ ଦ୍ୱନ୍ଦ୍ୱ ବଢ଼ିଛି।

ଘୋଷଣା ଅପେକ୍ଷାରେ ୨ ଲୋକସଭା ଆସନ:

୨) ଢେଙ୍କାନାଳ:
୩) କେନ୍ଦୁଝର:

ଘୋଷଣା ଅପେକ୍ଷାରେ ୧୦ ବିଧାନସଭା ଆସନ:

୧) କେନ୍ଦ୍ରାପଡା:
୨) ଚମ୍ପୁଆ:
୩) ଯଶିପୁର:
୪) କୋରେଇ:
୫) ଯାଜପୁର:
୬) ଆଠମଲ୍ଲିକ:
୭) ପାଲଲହଡା:
୮) ଖଣ୍ଡପଡା:
୯) ଭୁବନେଶ୍ୱର (ମଧ୍ୟ):
୧୦) ଭୁବନେଶ୍ୱର (ଉତ୍ତର):

ସମ୍ବନ୍ଧିତ ଖବର