‘ଆରଜେଡି ଛାତ୍ର ମୋର୍ଚ୍ଚା’ ସଂରକ୍ଷକ ପଦରୁ ଇସ୍ତଫା ଦେଲେ ତେଜ୍‌ ପ୍ରତାପ ଯାଦବ

ପାଟଣା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଗୁରୁବାର ‘ଆରଜେଡି ଛାତ୍ର ମୋର୍ଚ୍ଚା’ ଦଳର ସଂରକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ବିଗତ କିଛି ମାସ ମଧ୍ୟରେ ତେଜ ପ୍ରତାପ ଏବଂ ତାଙ୍କର ପରିବାର ପାଇଁ ବିଭିନ୍ନ ସମସ୍ୟା ପହଂଚୁଛି। ପ୍ରଥମେ ତେଜ୍‌ ପ୍ରତାପ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଥିଲେ ଏବଂ ଏବେ ଧୀରେ ଧୀରେ ପାର୍ଟିରୁ ଅଲଗା ହେବାକୁ ଯାଉଛନ୍ତି।

ତେଜ୍‌ ପ୍ରତାପ ନିଜର ଫେସ୍‌ବୁକ୍‌ ଏବଂ ଟୁଇଟ୍‌ର ଆକାଉଣ୍ଟରେ ଲେଖିଛନ୍ତି, ରାଷ୍ଟ୍ରୀୟ ଜନତା ଦଳର ସଂରକ୍ଷକ ପଦରୁ ମୁଁ ଇସ୍ତଫା ଦେଉଛି। ତେଜ୍‌ ପ୍ରତାପ ଏହା ଉଲ୍ଲେଖ କରି ଅନେକ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, କିଏ କେତେ ପାଣିରେ ଅଛନ୍ତି ତାଙ୍କୁ ଜଣା।

ଏହା ପୂର୍ବରୁ ଗୁରୁବାର ତେଜ୍‌ ପ୍ରତାପ ଏକ ସାମ୍ବାଦିକ ସମ୍ମିଳନୀ କରିବା ନେଇ ଘୋଷଣା କରିଥିଲେ। ପରେ ଏହି ସାମ୍ବାଦିକ ସମ୍ମଳନୀ ବାତିଲ କରାଯାଇଥିଲା। ସୂତ୍ର ଅନୁସାରେ ଲାଲୁ ପ୍ରସାଦ ଯାଦବଙ୍କ ହସ୍ତକ୍ଷେପ ପରେ ତେଜ୍‌ ପ୍ରତାପ ଏମିତି କରିଛନ୍ତି। ଆଲୋଚନା ହେଉଥିଲା ଯେ, ତେଜ୍‌ ପ୍ରତାପ ନିଜର ରାୟ ଅଲଗା କରିବେ ଏବଂ ନୂତନ ପାର୍ଟି ଘୋଷଣା କରିପାରନ୍ତି। ଏବେ ଏକ ପ୍ରକାର ସ୍ପଷ୍ଟ ହେଉଛି ଯେ, ସେ ଆରଜେଡି ଛାଡ଼ିପାରନ୍ତି।

ସମ୍ବନ୍ଧିତ ଖବର