ପାଟ୍ନା: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଛାତ ଉପରେ ଲାଗିଥିବା ସିସିଟିଭିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳର ବରିଷ୍ଠ ନେତା ତେଜସ୍ୱୀ ପ୍ରସାଦ ଯାଦବ। ମୁଖ୍ୟମନ୍ତ୍ରୀଙ୍କ ଘର ଛାତ ଉପରେ ଲାଗିଥିବା ସିସିଟିଭିରେ ତେଜସ୍ୱୀଙ୍କ ଘରର ଶୋଇବା ଘର ଓ ରୋଷେଇ ଘର ସମେତ ସଂପୂର୍ଣ୍ଣ ଭାଗ ଦେଖିବାକୁ ମିଳୁଛି। ଏହା ତାଙ୍କର ବ୍ୟକ୍ତିଗତ ଗୋପନୀୟତାରେ ବ୍ୟାଘାତ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ରାଷ୍ଟ୍ରୀୟ ଜନତା ଦଳ(ଆର୍ରେଡି) ନେତାଙ୍କ ଘର ନିତିଶ କୁମାରଙ୍କ ୧ ଏନି ମାର୍ଗ ନିବାସର ଠିକ୍ ପଛରେ ରହିଛି। ସେ ଅଭିଯୋଗ ଆଣିଛନ୍ତି ଯେ ଲାଗିଥିବା କ୍ୟାମେରାରେ ତାଙ୍କର ସଂପୂର୍ଣ୍ଣ ଘର କ୍ୟାପ୍ଚର୍ ହେଉଛି।
Is this Nitish Ji’s paranoia for security or many other insecurities, frustrations & apprehensions with tht he has put only CCTV camera right on the boundary wall b/w his & mine residence to snoop over?
Why CM needs a camera only thr with already a permanent security check post? pic.twitter.com/EljUO5EiLf
— Tejashwi Yadav (@yadavtejashwi) 15 November 2018
ସେ ଟୁଇଟ୍ କରି ଲେଖିଛନ୍ତି, ‘ନିତିଶଜୀ! ଆପଣଙ୍କର ଓ ଆପଣଙ୍କ ପୁଲିସ୍ଙ୍କ ନିକଟରେ ଆପଣଙ୍କୁ ସୁରକ୍ଷା ଦେବାର ସବୁ ପ୍ରକାର ଅଧିକାର ରହିଛି। ମାତ୍ର ୩୬୦ ଡିଗ୍ରି ଏଚ୍ଡି କ୍ୟାମେରା ଜରିଆରେ ମୋ ଶୋଇବା ଘର, ରୋଷେଇ ଘର, ପ୍ରବେଶ ଦ୍ୱାର ଆଦି ଭିତରକୁ ଏପରି ପଶିବାର ଅଧିକାର ଆପଣଙ୍କର ନାହିଁ। ଆପଣ ଯଦି ମୋର ମୁଖ୍ୟ ଦ୍ୱାରା ସାମ୍ନାରେ ଏକ କ୍ୟାମେରା ଲଗାଇବେ ତାହାଲେ ମୋର କୌଣସି ଆପତ୍ତି ନାହିଁ।’