ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ନେତାମାନେ ଟିକେଟ ପାଇଁବା ପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି। ବିଜୁ ଜନତା ଦଳରୁ ଟିକେଟ ପାଇବା ପାଇଁ ନେତାମାନେ ରବିବାର ଦିନ ତମାମ ନବୀନ ନିବାସରେ ଭିଡ଼ ଜମାଇଛନ୍ତି। କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଭୂପିନ୍ଦର ସିଂହ ନବୀନ ନିବାସରେ ପହଂଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ରହ୍ମପୁର ସାଂସଦଙ୍କ ଟିକେଟ ଏଥର ଦ୍ୱନ୍ଦରେ ଅଛି ବୋଲି କୁହାଯାଉଛି। ଟିକେଟ ମିଳିଲେ ନିର୍ବାଚନ ଲଢ଼ିବେ ଅଥବା ଦଳୀୟ ସୁପ୍ରିମୋ ଆଦେଶ ଦେଲେ ବିଜେଡି ପାଇଁ ପ୍ରଚାର କରିବେ ବୋଲି ସିଦ୍ଧାନ୍ତ ମହାପାତ୍ର ପୂର୍ବରୁ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ କହିଛନ୍ତି। ତଥାପି ସିଦ୍ଧାନ୍ତ ଆଜି ନୀବନ ନିବାସରେ ପହଂଚିଛନ୍ତି। ସିଦ୍ଧାନ୍ତ କହିଛନ୍ତି ନବୀନଙ୍କ ସହିତ ତାଙ୍କର ସାକ୍ଷାତ ସୌଜନ୍ୟମୂଳକ ଥିଲା। ନବୀନ ନିବାସରୁ ଡାକରା ଆସିଥିଲା ବୋଲି ସେ ଯାଇଥିଲେ।
ବିଜେଡି ନେତା ବ୍ୟୋମକେଶ ରାୟ ମଧ୍ୟ ନବୀନ ନିବାସରେ ପହଂଚିଛନ୍ତି। ଏତଦ୍ ବ୍ୟତୀତ ପ୍ରସନ୍ନ ପାଟଶାଣୀ, କଳିକେଶ ସିଂହଦେଓ, ଦେବେଶ ଆଚାର୍ଯ୍ୟ ଓ ମଙ୍ଗଳ କିଷାନ ମଧ୍ୟ ନବୀନ ନିବାସ ପହଂଚିଛନ୍ତି।