ଟାଇମ୍ସ ନାଓ ସର୍ଭେ: ଏନ୍‌ଡିଏ ସଂଖ୍ୟା କମିବ

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନରେ କିଏ କେତେ ଆସନରେ ବିଜୟ ଲାଭ କରିବ ତାହାକୁ ନେଇ ଟାଇମ୍ସ ନାଓ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏଥିରେ‌ କୁହାଯାଇଛି ଯେ ଗତ ନିର୍ବାଚନ ତୁଳନାରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ଆସନ ସଂଖ୍ୟା କମିବ। ଗତ ନିର୍ବାଚନରେ ମେଣ୍ଟ ୩୦୦ ଅତିକ୍ରମ କରିଥିବା ବେଳେ ଏଥର ଆସନ ସଂଖ୍ୟା ୨୮୩କୁ ଖସି ଆସିପାରେ। ତେବେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ଏବଂ ଅନ୍ୟ ଦଳଙ୍କୁ ଅଧିକ ଆସନ ମିଳିବାର ସମ୍ଭାବନା ରହିଛି। ୟୁପିଏକୁ ୧୩୫ଟି ଆସନ ଏବଂଂ ଅନ୍ୟାନ୍ୟ ଦଳଙ୍କୁ ୧୨୫ଟି ଆସନ ମିଳିପାରେ ବୋଲି ସର୍ଭେରେ କୁହାଯାଇଛି। ଏନଡିଏକୁ ଉତ୍ତର ପ୍ରଦେଶରେ ସର୍ବାଧିକ କ୍ଷତି ସହିବାକୁ ପଡ଼ିବ। ରାଜ୍ୟର ୮୦ଟି ଆସନ ମଧ୍ୟରୁ ଏନଡିଏକୁ ୪୨ ଏବଂ ଏସପି-ବିଏସପି ମେଣ୍ଟକୁ ୩୬ଟି ଆସନ ମିଳିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର