ଶିବସେନାର କୌଣସି ନେତାଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହାଁନ୍ତି ଉଦ୍ଧବ ଠାକ୍‌ରେ

ମୁମ୍ବାଇ: ଭାରତୀୟ ଜନତା ପାର୍ଟି (ଭାଜପା) ଓ ଶିବସେନା ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ହେବା ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମେଣ୍ଟର ଅସଲ କାରଣ ସଂପର୍କରେ ଖୁୂଲାସା କରିଛନ୍ତି। ଉଦ୍ଧବ ଠାକରେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିର ଏନଡିଏ ସହଯୋଗୀମାନଙ୍କ ସହିତ ବ୍ୟବହାରରେ ଯଥେଷ୍ଟ ପରିବର୍ତ୍ତନ ଘଟିଛି। ଏହି କାରଣରୁ ଶିବସେନା ପୁଣି ଭାଜପା ସହ ମେଣ୍ଟ କରିବାକୁ ରାଜି ହୋଇଛି ତେବେ ଆଗାମୀ ବିଧାନସଭା ନିର୍ବାଚନରେ ସେ ଶିବସେନାର କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହାଁନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ବିଧାନସଭା ନିର୍ବାଚନରେ ଉଭୟ ଦଳ ସମାନ ସଂଖ୍ୟକ ସିଟ୍‌ରେ ନିର୍ବାଚନ ଲଢିବେ। ତେବେ ଯେଉଁ ଦଳ ଅଧିକ ଆସନ ଜିତିବ,ସେହି ଦଳର କୌଣସି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ମନେ କରୁ ନାହାନ୍ତି। ଉଦ୍ଧବ ଠାକ୍‌ରେ ଆଶା ରଖିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନ ପରେ ଶିବସେନାର କେହି ଜଣେ ମୁଖ୍ୟମନ୍ତ୍ରୀ ହେବେ। ଏଠାରେ ସୂଚନାଯୋଗ୍ୟ ଯେ ଭାଜପା ୨୫ ଓ ଶିବସେନା ୨୩ଟି ଆସନରୁ ଲୋକସଭା ନିର୍ବାଚନ ଲଢିବାରେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର