ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀ ଉମା ଭରତୀ ଶନିବାର ପୁଣିଥରେ ପାର୍ଟିର ଅଧ୍ୟକ୍ଷ ଅମିତ ଶାହଙ୍କୁ ପତ୍ର ଲେଖି, ଆଗାମୀ ନିର୍ବାଚନ ଲଢ଼ିବାକୁ ଚାହାନ୍ତି ନାହିଁ ବୋଲି ଜଣାଇଛନ୍ତି। ଏହା ପରେ ଉମା ଭାରତୀ ଗୋଟିଏ ପରେ ଗୋଟିଏ ଟୁଇଟ କରିଥିଲେ। ସେ ଟୁଇଟରେ ଏହା ବି କହିଛନ୍ତି କି ଆଗାମୀ ବର୍ଷ ସେ ଗଙ୍ଗା କୂଳରେ ବିତାଇବାକୁ ଚାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉମା ଭାରତୀ ନିଜର ପ୍ରଥମ ଟୁଇଟରେ କହିଛନ୍ତି କି, ଯାହା ମୁଁ ପୂର୍ବରୁ ଘୋଷଣା କରିଥିଲି ତାହାକୁ ପୁର୍ନବାର ଦୋହରାଇବାକୁ ଚାହୁଁଛି। ଏନେଇ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଜିଙ୍କୁ ପତ୍ର ଲେଖି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଅନୁରୋଧ ବତ କରିଛି। କାରଣ ପାର୍ଟି ଏହାକୁ ଅଧିକାରିକ ଭାବେ ଘୋଷଣା କରି ଦେଉ।
ଅନ୍ୟ ଏକ ଟୁଇଟରେ ସେ କହିଛନ୍ତି, ଆଗାମୀ ଦେଢ଼ବର୍ଷ ପର୍ଯ୍ୟନ୍ତ ଅଧିକାଂଶ ସମୟ ଗଙ୍ଗା କୂଳରେ ସେ ବିତାଇବାକୁ ଚାହିଁଛନ୍ତି। ଏଥିସହିତ ଉମା ଭାରତୀ କହିଛନ୍ତି, ନିର୍ବାଚନ ସିନା ଲଢ଼ିବି ନାହିଁ କିନ୍ତୁ ଭାଜପା କହିବାନୁସାରେ ନିର୍ବାଚନରେ ଭାଗ ନେଇ ପାର୍ଟି ତରଫରୁ ଯାହା ଦାୟିତ୍ୱ ଦିଆଯିବ ତାହାକୁ ନିଭାଇବି।
प्रिय मित्र, जैसा कि मैंने पूर्व में घोषित भी किया था, उसी को पुन: दोहराते हुए अपनी पार्टी के राष्ट्रीय अध्यक्ष श्रीमान @AmitShah जी को पत्र लिखकर चुनाव नहीं लड़ने का अनुरोध दोहराया है, ताकि पार्टी आधिकारिक तौर पर इसकी घोषणा कर दे।
— Uma Bharti (@umasribharti) March 16, 2019