ବିଜେପୁର ଉପ-ନିର୍ବାଚନ: ମଞ୍ଚ ଭାଙ୍ଗି ଗଳି ପଡ଼ିଲେ କେନ୍ଦ୍ରମନ୍ତ୍ରୀ, ନବୀନଙ୍କୁ ଚପଲମାଡ଼ ଘଟଣାକୁ ନିନ୍ଦା କଲେ

ବରଗଡ଼: ବିଜେପୁର ଉପ-ନିର୍ବାଚନ ପ୍ରଚାରରେ ଆସିଥିବା କେନ୍ଦ୍ରମନ୍ତ୍ରୀ ରାମ କୃପାଳ ଯାଦବ ବୁଧବାର ମଞ୍ଚରୁ ପଡ଼ି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ନିର୍ବାଚନ ପ୍ରଚାରର ଶେଷ ଦିନରେ ଗାଈସିଲଟ ଅଞ୍ଚଳରେ ଏକ ସଭାକୁ ସମ୍ବୋଧନ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ମଞ୍ଚ ଦବି ଯାଇଥିଲା। ଜଗଲାପାଟ ଗାାଁରେ ନିର୍ବାଚନୀ ସଭା ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଳେ ପଡ଼ିଯାଇଥିଲେ। ମାତ୍ର ସେ ଏକ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ସମୟରେ ଦଳର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାରରେ ଆସିଥିବା କେନ୍ଦ୍ର ଗ୍ରାମୀଣ ବିକାଶ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ମଞ୍ଚ ଭାଙ୍ଗିଯିବାର ଅଳ୍ପ ସମୟ ମଧ୍ୟରେ ଏହା ମରାମତି କରାଯାଇ ସଭା କାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଗାଈସିଲଟର ଅନ୍ୟ ଏକ ସଭାରେ ରାଜ୍ୟ ସରକାରଙ୍କୁ ବହୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ହୋଇଥିବା ଚପଲମାଡ଼ ଘଟଣାକୁ ରାମକୃପାଳ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର