ପରିବହନର ବିକାଶ ହୋଇପାରିଲେ ଅଞ୍ଚଳର ବିକାଶ ହେବ: ଗଡ଼କରି

ତାଳଚେର-କାମାକ୍ଷାନଗର-ଚଣ୍ଡୀଖୋଲ ରାସ୍ତାର ଶିଳାନ୍ୟାସ କଲେ ଗଡ଼କରି

କାମାକ୍ଷାନଗର: ଓଡ଼ିଶାରେ ୪ଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା ପାଣି, ବିଜୁଳି, ରାସ୍ତା, ପରିବହନର ବିକାଶ ହୋଇପାରିଲେ ଅଞ୍ଚଳର ବିକାଶ ହେବ ବୋଲି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି କହିଛନ୍ତି। ନିଜ ଭାଷଣରେ ଗଡ଼କରି କହିଛନ୍ତି, ଓଡିଶା ଏକ ସମୃଦ୍ଧିଶୀଳ ରାଜ୍ୟ। ଖଣି ସମ୍ପଦର ଭଣ୍ଡାର ଏହି ରାଜ୍ୟ। ତାଙ୍କ ସରକାର ଆସିଲା ଆରମ୍ଭରୁ ଦିନକୁ ୨କିମି ରାସ୍ତା ର୍ନିମାଣ ହେଉଥିଲା କିଛି ଦିନପରେ ୨୮କିମିକୁ ବଢାଇ ଥିଲେ୧ ଏବେ ଦିନକୁ ୪୦କିମି ରାସ୍ତା ନିର୍ମାଣ ହେଉଛି, ଯାହାକି ଶିଳ୍ପ ବାଣିଜ୍ୟ ବଢିବାରେ କେନ୍ଦ୍ର ସରକାର ସବୁବେଳେ ଚେଷ୍ଟା କରୁଛନ୍ତି। ରାଜ୍ୟରେ ଟ୍ରାଫିକ ଡେନସିଟ ବଢୁଥିବାରୁ ରାଜପଥ ନିର୍ମାଣ ନିହାତି ଦରକାର ବୋଲି ଗଡ଼କରି କହିଛନ୍ତି। ବର୍ଷ ୨୦୧୪ରେ ୪୬୩୨ କିମି ଥିବା ବେଳେ ଏବେ ୨୦୧୮ ସୁଧା ୯୪୨୪ କିମି ହୋଇଛି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ କେନ୍ଦ୍ର ସଡ଼କ ପରିବହନ ତଥା ଜାହାଜ ଚଳାଚଳ ମନ୍ତ୍ରୀ ନିତିନ ଗଡକରି ୪ଥାକିଆ ତାଳଚେର-କାମାକ୍ଷାନଗର-ଚଣ୍ଡୀଖୋଲ ରାସ୍ତାର ଶିଳାନ୍ୟାସ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରି ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କର ଖଣି ଇସ୍ପାତ ତଥା ପୁର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ପହଞ୍ଚିଛନ୍ତି। ଢେଙ୍କାନାଳ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ,ଏସପି ସନ୍ତୋଷ ନାୟକ, ବିଜେପି ଦଳ ତରଫରୁ ଜିଲ୍ଲା ସଭାପତି ବିଭୂତି ପ୍ରଧାନ, ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତନ ବିଧାୟକ ପ୍ରସନ ପଟ୍ଟନାୟକ, ସତୃଘ୍ନ ଜେନା, ମାତୃପ୍ରସାଦ ନନ୍ଦ, ପବିତ୍ର କୁମାର ବିଶ୍ୱାଳ, ସନ୍ଦିପ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ରାସ୍ତା ସଂଯୋଗୀକରଣ ଦୁଇଟି ଶିଳ୍ପ ଅଞ୍ଚଳ ଗଢି ଉଠିଛି। ଅଞ୍ଚଳର ଅନେକ ବିକାଶ ହୋଇଛି। ଏହି ରାସ୍ତା ପାଇଁ ଆଜକୁ ୨୦ ବର୍ଷ ତଳେ ରାସ୍ତା ହୋଇଥିଲା। ଏବେ ପୁଣି ଠାରେ କେନ୍ଦ୍ର ସରକାର ଏହାକୁ ନୂଆଁ ରୂପରେଖ ଦେଇଛନ୍ତି। ଧର୍ମେନ୍ଦ୍ର କଥା ଛଳରେ ରାଜ୍ୟ ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଥିଲେ। କେନ୍ଦ୍ର ସରକାର ରାସ୍ତା ନିର୍ମାଣ ପାଇଁ ଯୋଜନା କରୁଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ସହଯୋଗ ମିଳୁନାହିଁ। କାମାକ୍ଷାନଗର ଉପଖଣ୍ଡର ଦୁଇଟି ରାସ୍ତା କଥା କହିଲେ କହିଲେ ବଡକମର ଠାରେ ବ୍ରାହ୍ମଣୀ ନଦୀ ଉପରେ ଏକ ରାସ୍ତା ର୍ନିମାଣ, ପରଜଙ୍ଗ ଖଡଗପ୍ରସାଦ ରାସ୍ତା, କେନ୍ଦୁଝର ନରଣପୁର ଠାରୁ କାମାକ୍ଷାନଗର ଦେଇ ପରଜଙ୍ଗ ରାସ୍ତା ଅଛି, ଯାହାକି ରାଜ୍ୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର