ଫୁଲବାଣୀରେ ସଭା ପରେ ୭୨ ଘଣ୍ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିପାରିବେନି ଯୋଗୀ

ଭୁବନେଶ୍ୱର/ଫୁଲବାଣୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଫୁଲବାଣୀରେ ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଯୋଗୀ କହିଛନ୍ତି, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନ କନ୍ଧମାଳବାସୀଙ୍କ ପାଇଁ ସମର୍ପିତ ଥିଲା। ମାତ୍ର ଲକ୍ଷ୍ମଣାନନ୍ଦଙ୍କ ସେବା ମନୋଭାବକୁ ନକ୍ସଲମାନେ ସହ୍ୟ କରିପାରି ନଥିଲେ।

ସୂଚନାଯୋଗ୍ୟ ଯୋଗୀ ଫୁଲବାଣୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଉଦ୍‌ବୋଦନ ଦେଇଛନ୍ତି। ଏହାରି ମଧ୍ୟରେ ଭାରତୀୟ ନିର୍ବାଚନ କମିଶନ ଯୋଗୀଙ୍କୁ ନୋଟିସ ଦେଇଛନ୍ତି ଯେ, ସେ ଆଗାମୀ ୭୨ ଘଣ୍ଟା ଯାଏଁ ନିର୍ବାଚନ ପ୍ରଚାର କରିପାରିବେ ନାହିଁ। ମୋଟାମୋଟି ଭାବରେ କହିବାକୁ ଗଲେ ଯୋଗୀ ଆଦିତ୍ୟନାଥ ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ମତଦାନ ଲାଗି ନିର୍ବାଚନ ପ୍ରଚାର କରିପାରିବେ ନାହିଁ। ଯୋଗୀ ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପାଇଁ ଏପ୍ରିଲ ୧୮ ପରେ ପ୍ରଚାର କରିପାରିବେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ଚଳିତ ମାସ ୬ ତାରିଖରେ ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ଯୋଗୀଙ୍କ ହେଲିକପ୍ଟରକୁ ଉଡାଣ ପାଇଁ ଅନୁମତି ନ ମିଳିବା ପରେ ଯୋଗୀ ଆଦିତ୍ୟନାଥ ଶନିବାର ଟେଲିଫୋନ୍‌ରେ ଭାଷଣ ଦେଇଥିଲେ। ଯୋଗୀଙ୍କ ହେଲିକପ୍ଟରରେ ନାଇଟ ଭିଜନ ନଥିବାରୁ ସେଦିନ ବିମାନବନ୍ଦର କର୍ତ୍ତୃପକ୍ଷ ହେଲିକପ୍ଟର ଉଡାଣକୁ ଅନୁମତି ଦେଇ ନଥିଲେ।

ସମ୍ବନ୍ଧିତ ଖବର