ରାତି ପାହିଲେ ପାଟକୁରାରେ ଭୋଟ୍ : ବିଜେଡି ଲାଗି ସମ୍ମାନର ପ୍ରଶ୍ନ, ବିଜୟଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ

ଭୁବନେଶ୍ବର:  ପାଟକୁରାରେ ଆସନ୍ତାକାଲି ମତଦାନ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ୩୦୯ଟି ବୁଥରେ ମତଦାନ ବ୍ୟବସ୍ଥା ହୋଇଛି । ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନରେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୨ଲକ୍ଷ ୪୪ହଜାର ୭୪୭ ମତଦାତା । ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ୪ କମ୍ପାନୀ ସିଆରପିଏଫ୍ ଯବାନ ମୁତୟନ କରାଯିବା ସହ ୱେବ୍ କାଷ୍ଟିଂ, ସିସିଟିଭି ଓ ଭିଡିଓଗ୍ରାଫି କରିବାକୁ ନିଷ୍ପତ୍ତି ହୋଇଛି । ତେବେ ପାଟକୁରାରେ ରାଜନୈତିକ ଛକାପଂଝା ଭିତରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବୁଥ୍ ରିଗିଙ୍ଗର ଆଶଙ୍କା ପ୍ରକାଶ କରିଛନ୍ତି ଉଭୟ ବିଜେପି ଓ ବିଜେଡିର ପ୍ରତିନିଧି ଦଳ ।

ରାଜନୈତିକ ଛକାପଞ୍ଝା ଭିତରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବୁଥ୍ ରିଗିଙ୍ଗର ଆଶଙ୍କା ପ୍ରକାଶ କରିଛନ୍ତି ଉଭୟ ବିଜେପି ଓ ବିଜେଡିର ପ୍ରତିନିଧି ଦଳ । ମତଦାନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନମଣ୍ଡଳୀର ୭୫ଟି ସମ୍ବେଦନଶୀଳ ବୁଥର ଏକ ତାଲିକା ସିଇଓଙ୍କୁ ପ୍ରଦାନ କରିଛି ବିଜେଡି । ସେପଟେ ଡେରାବିଶ ବ୍ଳକର ଅଧିକାଂଶ ବୁଥ କ୍ୟାପଚର ହେବା ଆଶଙ୍କା କରି ୧୫୮ଟି ସମ୍ବେଦନଶୀଳ ବୁଥର ତାଲିକା ଦେଇଛି ବିଜେପି ।

ରାଜ୍ୟ ରାଜନୀତିର ଏକ ବଡ଼ ଇତିହାସ ପାଟକୁରା ସହ ଯୋଡି ହୋଇଥିବାରୁ ଏହାର ଗୁରୁତ୍ୱ ବଢ଼ିଯାଇଛି । ୨୦ ବର୍ଷ ଧରି ବିଧାନସଭା ବାହାରେ ଥିବା ବିଜୟ ମହାପାତ୍ରଙ୍କ ପାଇଁ ଏହି ନିର୍ବାଚନ ଶେଷ ସୁଯୋଗ ବୋଲି କୁହାଯାଉଛି । ସେପଟେ ବିଜେଡି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ଏହି ଆସନ ସମ୍ମାନର ଆସନ ହୋଇରହିଛି । ପାଟକୁରା ମଇଦାନରେ ୧୦ ଜଣ ପ୍ରାର୍ଥୀ ଥିବା ବେଳେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଓ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ ହେଉଛି କଡ଼ା ଟକ୍କର । ଅନ୍ୟପଟେ ଦୁଇ ହେଭିୱେଟଙ୍କୁ ଟକ୍କର ଦେବାକୁ ମଇଦାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ।

ଗୋଟିଏ ପଟେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ଏହି ନିର୍ବାଚନ । ଅନ୍ୟପଟେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଜିତାଇ ବିଜୟଙ୍କ ବିଧାନସଭା ସ୍ୱପ୍ନକୁ ପୁଣିଥରେ ଧୁଳିସାତ କରିବା ପାଇଁ ରଣନୀତି କରିଛି ବିଜେଡି ।

ସମ୍ବନ୍ଧିତ ଖବର