ଧର୍ମେନ୍ଦ୍ରଙ୍କୁ ମୁଁ ସ୍ୱାଗତ କରୁଛି, ଜନ୍ମମାଟିରେ ଲୋକଙ୍କ ଆସ୍ଥା ଲୋଡନ୍ତୁ: ଦାମୋଦର ରାଉତ

ଭୁବନେଶ୍ୱର: ଅଙ୍ଗନୱାଡି କର୍ମୀଙ୍କ ପ୍ରତି ମନ୍ତବ୍ୟ ନେଇ ଦୁଃଖ ପ୍ରକାଶ କରିବା ପରେ ଆଜି ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି, ‘ମୁଁ କେବଳ ଲୋକ କଥାର ଉଦାହରଣ ଦେଇଥିଲି। ଏହାକୁ ଯଦି କିଏ ଅନ୍ୟ ଅର୍ଥରେ ନିଏ ମୁଁ କିଛି କରିପାରିବି ନାହିଁ। ଦଳରେ କିଛି ପରଶ୍ରୀକାତର ଲୋକ ଅଛନ୍ତି। ସେମାନେ କାହା ଶିରି ଦେଖିପାରନ୍ତି ନାହିଁ। ୨୦୧୯ରେ ଲୋକେ ସେମାନଙ୍କୁ ଜବାବ ଦେବେ। ମୋ ଦଳ ଓ ନେତା ବିଷୟରେ କିଏ କହିଲେ ମୁଁ ତାକୁ ବିରୋଧ କରିବି।’

ସେହିଭଳି ଧର୍ମେନ୍ଦ୍ର ଓଡିଶାରୁ ର୍ନିବାଚନ ଲଢିବା ଉପରେ ଦାମ କହିଛନ୍ତି, ‘ଧର୍ମେନ୍ଦ୍ରଙ୍କୁ ମୁଁ ସ୍ୱାଗତ କରୁଛି। ଜନ୍ମମାଟିରେ ଲୋକଙ୍କ ଆସ୍ଥା ଲୋଡନ୍ତୁ। ଯଦି ପାରାଦ୍ୱୀପରୁ ଲଢନ୍ତି ତାହାହେଲେ ମଧ୍ୟ ସ୍ୱାଗତ କରିବୁ। ଏଠୁ ଲଢିଲେ ଏଠାରେ ଦେଖାଦେଖି ହେବା ପାରାଦ୍ୱୀପରେ ତୈଳ ବିଶୋଧନାଗାର ଅଛି। କେତେ ଭଲ କାମ କରିଛନ୍ତି ଲୋକେ ତାର ଜବାବ ଦେବେ।

ସେପଟେ ରାମମନ୍ଦିର ଛକରେ ଦାମଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର କର୍ମୀ। ମନ୍ତ୍ରୀ ପଦରୁ ଇସ୍ତଫା ଦାବି କରି ବିକ୍ଷୋଭ କରିବା ସହ ନାରାବାଜି କରିଛନ୍ତି।

ସମ୍ବନ୍ଧିତ ଖବର