ଅମିତ ଶାହାଙ୍କ ସଭାସ୍ଥଳକୁ ଜଗି ରହିଛନ୍ତି ୨୫୦ ଭାଜପା କାର୍ଯ୍ୟକର୍ତ୍ତା

କୋଲକାତା: ଆଗାମୀ ଡିସେମ୍ବର ୭ରେ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା କୁଚବେହରରେ ମଦନମୋହନ ମନ୍ଦିରରେ ପୂଜାର୍ଚ୍ଚନା କରିବାପରେ ରଥଯାତ୍ରାରେ ବାହାରି ଏକ ଜନସଭାରେ ଉଦ୍‌ଭୋବନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସଭାପାଇଁ ପଶ୍ଚିମବଙ୍ଗ ସରକାର ଜାଗା ନ ଦେବା ଫଳରେ ଭାଜପାର କାର୍ଯ୍ୟକର୍ତ୍ତାମାନେ ନିଜ ନିଜର ଖେତବାଡିକୁ ସଭାସ୍ଥଳ କରିବା ପାଇଁ ଅନୁମତି ନେଇଛନ୍ତି। ସେହି ସଭାସ୍ଥଳକୁ ୨୫୦ ଜଣ ଭାଜପା କାର୍ଯ୍ୟକର୍ତ୍ତା ଦିନ ରାତି ଜଗି ରହିଛନ୍ତି।

ଝିନଇଦଙ୍ଗା ଗାଆଁଠାରୁ ସଭାସ୍ଥଳ ପ୍ରାୟ ୫ କିଲୋମିଟର ଦୂରରେ ଅବସ୍ଥିତ। ଦିଲ୍ଲୀ ଭାଜପା ସଭାପତି ମାଳତୀ ରବା କହିଛନ୍ତି ଯେ,ତୃଣମୂଳ କଂଗ୍ରେସ ଭାଜପାର ସଭାକୁ ରୋକିବାକୁ ଚେଷ୍ଟା ଚଳାଇଛି। ସରକାର ଭାଜପାର ସଭାକୁ ବସ୍‌ ଯୋଗାଇ ନ ଦେବା ଲାଗି ଘରୋଇ ବସ ମାଲିକମାନଙ୍କୁ ଧମକ ଦେଇଛନ୍ତି।ଏହି ଡରରେ ବସ ମାଲିକମାନେ ସେମାନଙ୍କୁ ଭଡ଼ାରେ ବସ ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ତେବେ ଯେତେ ପ୍ରତିରୋଧ ହେଲେ ବି ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସଫଳ ହେବ ବୋଲି ଜୋର୍‌ ଦେଇ କହିଛନ୍ତି।

ସମ୍ବନ୍ଧିତ ଖବର