ପାଟନା: ଜେଡି (ୟୁ) ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନ୍ଡିଏରେ ଅସ୍ୱାଭାବିକ ମନେ କରୁଛନ୍ତି ବୋଲି ଗଣମାଧ୍ୟମରେ କଳ୍ପନାଜଳ୍ପନା ପ୍ରକଶ ପାଉଥିବା ସହ କେତେକେ ଗୋଷ୍ଠୀର କଂଗ୍ରେସ ନେତା ବିହାରର ମହା ମେଣ୍ଟକୁ ତାଙ୍କୁ ଫେରାଇ ଆଣିବାକୁ ଇଚ୍ଛା କରୁଥିବା ବେଳେ ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କ ବଡ଼ପୁଅ ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ରବିବାର ଦିନ କହିଛନ୍ତି ଯେ ପାଟଣାସ୍ଥିତ ତାଙ୍କ ଘର ଦୁଆରେ ସେ ନୀତିଶ ଚାଚାଙ୍କ ପାଇଁ ‘ପ୍ରବେଶ ନିଷେଧ’ ବୋର୍ଡ ଝୁଲାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟାଏ ବଡ଼ ନୋଟିସ୍ ବୋର୍ଡରେ ‘ନୀତିଶ ଚାଚାଙ୍କ ପାଇଁ ପ୍ରବେଶ ନିଷେଧ’ ବୋଲି ଲେଖାଯାଇ ୧୦ ସର୍କ୍ୟୁଲାର୍ ରୋଡ୍ ବଙ୍ଗଳା ଦୁଆରେ ଲଗାଯିବ ବୋଲି ପାଟନାରେ ତେଜ ପ୍ରତାପ ସାମ୍ବାଦିକମାନଙ୍କୁ କହିଛନ୍ତି।
ଲାଲୁ ପ୍ରାସାଦଙ୍କ ପରିବାର ଲୋକେ ବସବାସ କରୁଥିବା ୧୦, ସର୍କ୍ୟୁଲାର୍ ରୋଡ୍ ବଙ୍ଗଳା ତେଜ ପ୍ରତାପଙ୍କ ମାଆ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ଡୀ ଦେବୀଙ୍କ ନାଁ’ରେ ଆବଣ୍ଟିତ ହୋଇଛି।
ଆମେ ତାଙ୍କୁ ଆମ ଘରେ ପୂରାଇ ନ ଦେଉଥିବା ବେଳେ ମହାଗଠବନ୍ଧନକୁ ତାଙ୍କର ପ୍ରବେଶ ସମ୍ଭବ କିପରି? ବୋଲି କହି ସେ କହିଲେ ଯେ ଆର୍ଜେଡି, କଂଗ୍ରେସ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି ନେତୃତ୍ୱାଧୀନ ହିନ୍ଦୁସ୍ଥାନୀ ଆଓ୍ଵାମ୍ ମୋର୍ଚ୍ଚାକୁ ନୀତିଶଙ୍କ ପୁନଃପ୍ରବେଶ ପାଇଁ ଅନୁମତି ଦେବୁନାହିଁ।
ପୂର୍ବରୁ ଜୁନ୍ ୨୫ ତାରିଖ ଦିନ ତେଜ ପ୍ରତାପଙ୍କର ସାନଭାଇ ତଥା ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତେଜସ୍ୱୀ ପ୍ରସାଦ ଯାଦବ କହିଥିଲେ ଯେ ମହାଗଠବନ୍ଧନକୁ ନୀତିଶ କୁମାରଙ୍କ ପୁନଃ ପ୍ରବେଶ ପାଇଁ ପଥ ରୁଦ୍ଧ କରାଯାଇଛି।
ବିଜେପି ସହ ମିତ୍ରତା ଛିନ୍ନ କଲେ ତାଙ୍କର ମହାମେଣ୍ଟକୁ ପ୍ରବେଶ କଥା ବିଚାର କରାଯାଇ ପାରେ ବୋଲି ନିର୍ଦ୍ଦିଷ୍ଟ କେତେକ କଂଗ୍ରେସ ନେତା ଦେଇଥିବା ପ୍ରସ୍ତାବକୁ ତେଜସ୍ୱୀ ସମାଲୋଚନା କରିଛନ୍ତି।