ଫଳାଫଳ ଦେଖି ବିଜେପିକୁ ଡ଼େଇଁବେ କି ଟିଏମସି ନେତା ?

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିର ଦମଦାର ପ୍ରଦର୍ଶନ ପରେ ଏବେ କିଛି ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ପଦ୍ମ ପୋଖରୀକୁ ଡେଇଁବାର ଅନୁମାନ କରାଯାଉଛି | ଏହି ଅନୁମାନକୁ ଆହୁରି ଦୃଢ କରିଛି ପଶ୍ଚିମବଙ୍ଗ ବିଜେପି ନେତା ମୁକୁଲ ରାୟଙ୍କ ବୟାନ | ସେ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ ତୃଣମୂଳ କଂଗ୍ରେସ ନେତାଙ୍କ ମଧ୍ୟରେ ଛନକା ଦେଖାଦେଇଛି |  କିଛି ଟିଏମସି ନେତା ଏବେ ତାଙ୍କ ସହ ସମ୍ପର୍କରେ ଅଛନ୍ତି | ଖୁବଶୀଘ୍ର କିଛି ପରିବର୍ତନ ହୋଇପାରେ ବୋଲି ମୁକୁଲ କହିଛନ୍ତି | ସେହିପରି ପଶ୍ଚିମବଙ୍ଗର ଫଳାଫଳକୁ ନେଇ ମମତା ଶନିବାର ଦିନ ତାଙ୍କ ବାସଭବନରେ ବରିଷ୍ଠ ନେତାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି | ଏହି ବୈଠକରେ ବିଜେପିର ଜବରଦସ୍ତ ପ୍ରଦର୍ଶନ ଓ ଟିଏମସିର ଭୋଟବ୍ୟାଙ୍କ କମିବା ବାବଦରେ ଆଲୋଚନା କରାଯିବ |

ଏଠାରେ ସୂଚନା ଥାଉ କି ତୃଣମୂଳ କଂଗ୍ରେସରୁ ନିଲମ୍ବିତ ହୋଇଥିବା ବିଧାୟକ ଶୁଭ୍ରାଂଶୁ ରାୟ କହିଛନ୍ତି ଯେ କିଛି ଦିନ ମଧ୍ୟରେ ସେ ବିଜେପିରେ ସାମିଲ ହେବେ | ଶୁଭ୍ରାଂଶୁ, ମୁକୁଲ ରାୟଙ୍କ ପୁଅ ହୋଇଥିବା ବେଳେ ତାଙ୍କୁ ବିବାଦୀୟ ବୟାନ ପାଇଁ ୬ ବର୍ଷ ନିଲମ୍ବନ କରାଯାଇଥିଲା | ଶୁଭ୍ରାଂଶୁ ଦାବି କରିଛନ୍ତି କିଛି ଟିଏମସି ସାଥି ତାଙ୍କ ସହ କଥାବାର୍ତ୍ତା କରିଛନ୍ତି |

ତେବେ ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ଯୋଜନା ପ୍ରସ୍ତୁତ କରୁଥିବାର ଜଣାପଡିଛି | ବଡ କଥା ହେଉଛି ପଶ୍ଚିମବଙ୍ଗରେ ବିଧାନସଭାରେ ୨୯୪ଟି ଆସନ ଥିବାବେଳେ ୨୧୧ଟି ରେ ତୃଣମୂଳ କଂଗ୍ରେସ ବିଧାୟକ ଜିତିଥିଲେ | ଅନ୍ୟପଟେ ବିଜେପି ପାଖରେ ମାତ୍ର ୩ ଟି ଆସନ ରହିଥିଲା | କିନ୍ତୁ ଟିଏମସି ପାଖରେ ଏତେ ସଂଖ୍ୟାରେ ବିଧାୟକ ଥିଲେ ବି ଲୋକସଭା ନିର୍ବାଚନରେ ଫଳ ଟିଏମସି ପାଇଁ ସମ୍ପୂର୍ଣ୍ଣ ନିରାଶଜନକ ରହିଛି | କାରଣ ୨୦୧୪ରେ ଟିଏମସି ୩୪ ଟି ସିଟ ପାଇଥିବାବେଳେ ୨୦୧୯ରେ ୨୨ ଟି ଆସନ ପାଇଛି | ଅନ୍ୟପଟେ ୨୦୧୪ରେ ବିଜେପି ୨ଟି ଆସନ ପାଇଥିବାବେଳେ ଏଥର ୧୮ଟି ଆସନ ପାଇଛି |

ସମ୍ବନ୍ଧିତ ଖବର