ଯଶୋବନ୍ତ ସିହ୍ନା ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କୁ କହିଲେ ଦୁର୍ଯ୍ୟୋଧନ ଓ ଦୁଃଶାସନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବିଦ୍ରୋହୀ ନେତା ଯଶବନ୍ତ ସିହ୍ନା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁର୍ଯ୍ୟୋଧନ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଦୁଃଶାସନ ବୋଲି କହିଛନ୍ତି। ବରିଷ୍ଠ ନେତା ସିହ୍ନା ସିଧାସଳଖ ମୋଦି ଓ ଶାହଙ୍କୁ ଆକ୍ରମଣ ନ କରି  କହିଛନ୍ତି, ଯଦି ଆମେ ଏକାଠି ହୋଇ ନିର୍ବାଚନ ଲଢ଼ିବୁ ତା’ହେଲେ ୨୦୧୯ରେ ମଧ୍ୟ ପୂର୍ବଥର ଭଳି ବିଜୟୀ ହେବୁ।

ଶତ୍ରୁଘ୍ନ ସ୍ନିହା ଓ ଯଶବନ୍ତ ସ୍ନିହା ଲକ୍ଷ୍ନୌରେ ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ଗୁରୁବାର ପହଞ୍ଚିଛନ୍ତି। ଉଭୟ ନେତା ମୋଦି ସରକାରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ କରିଛନ୍ତି। ନିଜର ସମ୍ବୋଧନରେ ଯଶବନ୍ତ  ଇଭିଏମ ଠାରୁ ଆରମ୍ଭ କରି ରାଫେଲ ଚୁକ୍ତି ପର୍ଯ୍ୟନ୍ତ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି। ଉଭୟ ବିଜେପି ନେତା ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯଶୋବନ୍ତ ସିହ୍ନା କହିଥିଲେ, ଆଜି ଦେଶରେ ଜରୁରୀକାଳୀନ ପରିସ୍ଥିତି ଭଳି ସମୟ ପହଞ୍ଚିଛି। ଏହାକୁ ବୁଝିବାକୁ ପଡ଼ିବ। ଆଜି ଏକାଠି ହୋଇ ଏହାକୁ ମୁକାବିଲା କରିବାର ସମୟ ଆସିଛି। ଦେଶରେ ଗଣତନ୍ତ୍ର ବ୍ୟବସ୍ଥା ବିପଦପୂର୍ଣ୍ଣ ଅବସ୍ଥାରେ ପହଞ୍ଚିଛି। ଯଦି ଆମେ ଉଜାଗର ନ ରହିବା, ତା’ହେଲେ ବହୁ କ୍ଷତି ହେବ।

 

ସମ୍ବନ୍ଧିତ ଖବର