ଭୁବନେଶ୍ୱର : କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରଙ୍କ ଚାଷୀ-ଯୁବକ ମାରଣ ନୀତି ବିରୋଧରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଏକ ବିକ୍ଷୋଭ ଶୋଭାଯାତ୍ରା ସହିତ ମାଷ୍ଟର କ୍ୟାଣ୍ଟିନ୍ ଛକରେ ରାସ୍ତାରୋକର ଆୟୋଜନ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି କହିଲେ ଯେ ଚାଷୀଙ୍କ ବିକାଶ ହେଉ ବା ଯୁବକ ଯୁବତୀଙ୍କ ନିଯୁକ୍ତି ସମସ୍ୟା, ଉଭୟ ବିଜେପି ଏବଂ ବିଜେଡି ଦାୟୀ। ମୋଦି ସରକାର ପ୍ରତିଶ୍ରୁତି ମୁତାବକ ଧାନର କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି ନକରି ଚାଷୀଙ୍କୁ ପ୍ରତାରିତ କରିଛନ୍ତିି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୨୦୦ ଟଙ୍କାର ଅତିରିକ୍ତ ସହାୟତା ଦେବାକୁ ଘୋଷଣା କରିଥିଲେ ମଧ୍ୟ ଭୂଆଁ ବୁଲାଉଛନ୍ତିି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବର୍ଷକୁ ଏକ କୋଟି ଓ ନବୀନଙ୍କର ବର୍ଷକୁ ଏକ ଲକ୍ଷ ନିଯୁକ୍ତି ସ୍ୱପ୍ନ କେବଳ ନିର୍ବାଚନୀ ଧୂଆଁବାଣ ଥିଲା। ଶେଷରେ ଶ୍ରୀ ମୋଦି ଓ ଶ୍ରୀ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଂପାଦକ ତଥା ରାଜ୍ୟ ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସାଧାରଣ ସଂପାଦକ ଡ. ସ୍ମୃତିରଞ୍ଜନ ଲେଙ୍କା, ବରୁଣ ଦେହୁରୀ, ସେକ୍ ଅମିର ଅହମ୍ମଦ, ରଞ୍ଜିତ ପାତ୍ର, ସ୍ୱାଗତ କର, ଅଜୟ ସାହୁ, ଦେବାଶିଷ ମହାପାତ୍ର, ଆଲୋକ ଲେଙ୍କା, ସେକ ୟାସିର ନଓ୍ଵାଜ, ସୁନିତା ବାଗ, ଅର୍ଜିତ ଘୋଷାଲ, ଆର୍ଯ୍ୟବୀର ଲେଙ୍କା, ରୂପେଶ ବେହେରା, ବିରେନ୍ଦ୍ର ବାଗ, ସଂକୁନା କହଁର, ଜ୍ୟୋତିପ୍ରକାଶ ଆଚାର୍ଯ୍ୟ, ମାନସ କର, ଅଙ୍କିତ ସିଂଘାଇ, ପବନ ଶର୍ମା, ବିରଞ୍ଚି ବାରିକ, ବିଶ୍ୱପ୍ରକାଶ ସାମଲ, ସ୍ୱରୂପ ଦାସ,ପ୍ରକାଶ ନାୟକ, ସୁମିତ୍ରା ରାଉତ, ଶିବଦତ୍ତ ମହାନ୍ତ, ସାଗର ପଟ୍ଟନାୟକ, ଆଶୁତୋଷ ସ୍ୱାଇଁ, ପ୍ରଦୀପ ସାହୁ, ଜ୍ଞାନରଞ୍ଜନ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ।