ଯୁବ କ˚ଗ୍ରେସ ସଦସ୍ୟ ସଂଖ୍ୟା ୫ ଲକ୍ଷରେ ପହଞ୍ଚିବ: ନିରଞ୍ଜନ

ଭୁବନେଶ୍ବର : ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ବେକାରୀ ସମସ୍ୟା ଓ ଚାଷୀମାରଣ ନୀତିରେ ଅତିଷ୍ଠ ହୋଇ ରାଜ୍ୟର ଯୁବଗୋଷ୍ଠୀ ଏବେ ଯୁବ କ˚ଗ୍ରେସ ଆଡକୁ ଆକୃଷ୍ଟ ହେବାରେ ଲାଗିଛନ୍ତି। ଇତି ମଧ୍ୟରେ ଓଡିଶାରେ ପ୍ରାୟ ୧ ଲକ୍ଷରୁ ଅଧିକ ଯୁବକ ଯୁବତୀ କ˚ଗ୍ରେସ ସହିତ ଯୋଡି ହୋଇଛନ୍ତି। ଖୁବଶୀଘ୍ର ଯୁବ କ˚ଗ୍ରେସ ସଦସ୍ୟ ସ˚ଖ୍ୟା ୫ ଲକ୍ଷରେ ପହଞ୍ଜିବ ବୋଲି ପ୍ରଦେଶ କ˚ଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ୧୮ ବର୍ଷରୁ ଅଧିକ ବିଜେଡି ଶାସନ କାଳରେ ରାଜ୍ୟବାସୀ ସବୁ କ୍ଷେତ୍ରରେ ଅବହେଳିତ ହୋଇଛନ୍ତି। ରାଜ୍ୟରେ ଏବେ ପ୍ରାୟ ୮୫ ଲକ୍ଷରୁ ଅଧିକ ବେକାର ଯୁବକ ଯୁବତୀ ନିଯୁକ୍ତି ଅପେକ୍ଷାରେ। ସେମାନଙ୍କୁ କର୍ମନିଯୁକ୍ତି ଦେବାକୁ ସରକାରଙ୍କର କୌଣସି ଯୋଜନା ନାହିଁ। ମୁଖ୍ୟ ସଚିବ ନିଜେ ସ୍ବୀକାର କରିଛନ୍ତି, ବିଗତ ୪ ବର୍ଷରେ ବେକାର ଯୁବକ ଯୁବତୀଙ୍କ ବଦଳରେ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ୫୦ ହଜାର ସରକାରୀ ଚାକିରି ଦିଆଯାଇଛି। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କେବଳ ଧୂଆଁବାଣରେ ପରିଣତ ହୋଇଛି। ଯେତିକି ବି ଶିଳ୍ପ ସ୍ଥାପିତ ହୋଇଛି ସେଥିରେ ରାଜ୍ୟ ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି। ଏ କ୍ଷେତ୍ରରେ ରାଜ୍ୟ ସରକାର ସ˚ପୂର୍ଣ୍ଣ ନୀରବ। ଋଣଭାରରେ ଚିନ୍ତାଗ୍ରସ୍ତ ହୋଇ ଚାଷୀ ଆତ୍ମହତ୍ୟା କରୁଛି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲକ୍ଷ୍ମୀପୁର, କାଶୀପୁର ଓ ନଗଡ଼ା ଓ ରାଜ୍ୟର ଉପାନ୍ତ ଅ˚ଚଳର ଚିତ୍ର ଏହା ପ୍ରମାଣିତ କରୁଛି ଯେ ଅନୁସୂଚିତ ଜନଜାତି ଓ ଜାତି ବର୍ଗରେ ଲୋକେ କେତେ ବିକଶିତ। ସ୍ବାସ୍ଥ୍ୟସେବା ନାଁରେ ହଜାର ହଜାର କୋଟି ଟଙ୍କା ହରିଲୁଟ ଚାଲିଛି। କିନ୍ତୁ ଡାକ୍ତରଖାନାରେ ଡାକ୍ତର ନାହାନ୍ତି କି ଗରିବ ଲୋକଙ୍କୁ ମାଗଣାରେ ଔଷଧ ମିଳୁନାହିଁ। ରାଜ୍ୟ ସରକାରଙ୍କ ଦୁର୍ନୀତି ତାଲିକା ଲମ୍ବି ଚାଲିଛି। ଦେଢମାସ ତଳୁ ଯୁବ କ˚ଗ୍ରେସ ପକ୍ଷରୁ ସଦସ୍ୟ ସ˚ଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଯୁବଗୋଷ୍ଠୀ କ˚ଗ୍ରେସ ପ୍ରତି ଆକୃଷ୍ଟ ହେବା ବିଜେଡି ପ୍ରତି ସତର୍କ ଘଣ୍ଟିି ବୋଲି ପିସିସି ସଭାପତି କହିଛନ୍ତି।

ପିସିସି ସାଧାରଣ ସ˚ପାଦକ ତଥା ଯୁବ ଓ ଛାତ୍ର କ˚ଗ୍ରେସ ପ୍ରଭାରୀ ବିଶ୍ବଭୂଷଣ ଦାସଙ୍କ ଅଧ୍ୟକ୍ଷତାରେ ଯୁବ କ˚ଗ୍ରେସ ପକ୍ଷରୁ ସଭ୍ୟ ସ˚ଗ୍ରହ ଅଭିଯାନ ଚାଲିଛି। ଏହି କାର୍ଯ୍ୟକ୍ରମରେ ଏଆଇସିସି ଯୁଗ୍ମ ସ˚ପାଦକ ଆଦିତ୍ୟ ଶର୍ମା, ସତ୍ୟପ୍ରକାଶ ନାୟକ, ଲୋକନାଥ ମହାରଥି, ଏସ୍‌.କେ ଅର୍ସଦ, ଇତିଶ୍‌ ପ୍ରଧାନ, ନିରଞ୍ଜନ ନାୟକ, ସ˚ଗ୍ରାମ ଦାସ, ମହେଶ୍ବର ପ୍ରଧାନ, ମଣିରତ୍ନ ସ୍ବାଇଁ, ଅଜିତ୍‌ ଘୋଷାଲ, ମାନସ ର˚ଜନ କର, ଆକାଶ ନାୟକ, ଅମରେଶ ପରିଡା, ନଳିନୀ ମହାନ୍ତି, ବିଭ୍ରା˚ଶୁ ଲେଙ୍କା, ଦରିଦ୍ର ନାରାୟଣ, ପ୍ରମୋଦ ସାହୁ, ମିଟୁ ଦାସ, ପ୍ରକାଶ କୁଅଁର ଓ ପ୍ରସନ୍ନ ମାର୍ଥା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର