୧୮ରୁ ବିଜେଡିର ଯୁବ, ଛାତ୍ର ସମ୍ପର୍କ ଅଭିଯାନ

ଭୁବନେଶ୍ୱର: ସାଧାରଣ ଜନତାଙ୍କ ଅତି ନିକଟତର ହେବା ପାଇଁ ବିଜୁ ଜନତା ଦଳ ଅଭିନବ ଚିନ୍ତା କରିଛି। ଦଳ ପକ୍ଷରୁ ଆଗାମୀ ନଭେମ୍ବର ୧୮ରୁ ଯୁବ ଓ ଛାତ୍ର ସମ୍ପର୍କ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନ ପୂରା ରାଜ୍ୟରେ ଅର୍ଥାତ ବିଭିନ୍ନ ପର୍ଯ୍ୟାୟରେ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ। ସରକାରଙ୍କ ସଫଳତା ଓ ଯୋଜନା ସମ୍ପର୍କରେ ଯୁବଗୋଷ୍ଠୀ ଓ ଛାତ୍ରଙ୍କୁ ଅବଗତ କରାଯିବ ବୋଲି ବିଜେଡିର ଜଣେ ନେତା ଗଣମାଧ୍ୟମକୁ କହିଛନ୍ତି। ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟରୁ ଏହି ଅଭିଯାନ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ପର୍ଯ୍ୟାୟକ୍ରମେ ଅନ୍ୟ ନିର୍ବାଚନ ମଣ୍ଡଳୀ ମାନଙ୍କରେ ମଧ୍ୟ ଅଭିଯାନ ଚାଲିବ।

ସମ୍ବନ୍ଧିତ ଖବର