ଯୁବ ବିଜେଡିର ରାୟଗଡ଼ା ଜିଲ୍ଲା କମିଟି ପୁନର୍ଗଠିତ

ଭୁବନେଶ୍ୱର : ବିଜୁ ଯୁବ ଜନତା ଦଳର ରାୟଗଡ଼ା ଜିଲ୍ଲା ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା କମିଟିର ପୁନର୍ଗଠନ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ କମିଟି ଗଠନ କରାଯାଇଛି ବୋଲି ଦଳର ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ସଞ୍ଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି। ନୂଆ କର୍ମକର୍ତ୍ତାମାନେ ହେଲେ ସଭାପତି ବିନାୟକ କର, ଉପ ସଭାପତି ଅମିତ ନାୟକ, ଅମିତ ମହାପାତ୍ର, କୈଳାସ କାସକା, ଜଗନ୍ନାଥ ଦୋରା, ଜଗନ୍ନାଥ ପ୍ରସାଦ ଆଚାରୀ, ସାଧାରଣ ସମ୍ପାଦକ ସୁନିଲ ବିଶୋୟୀ, ଜି ଗୋବିନ୍ଦ, ମାର୍କୋ ଦଳ ବେହେରା, ବିଷ୍ଣୁ ପ୍ରସାଦ ପଣ୍ଡା, କେଦାର କୁମାର ସାହୁ, ଦେବୀ ପ୍ରସାଦ ପଟ୍ଟନାୟକ, କୃଷ୍ଣ ପ୍ରସାଦ ପାଢ଼ୀ ଓ କୃଷ୍ଣ ହିଆଲ ପ୍ରମୁଖ।

ସମ୍ବନ୍ଧିତ ଖବର