ନିଦ ହେଉ ନ ଥିଲେ ଏଥିରୁ ଟିକିଏ ଖାଆନ୍ତୁ, ତୁରନ୍ତ ନିଦ ମାଡ଼ିବ

ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ନିଦ୍ରା ଏକାନ୍ତ ଆବଶ୍ୟକ। ଭଲ ନିଦ ନ ହେବା ଯୋଗୁଁ ଶରୀର ଉପରେ କି ଭଳି କୁପ୍ରଭାବ ପଡ଼େ ସେ ବିଷୟରେ ଅନେକ ଅଧ୍ୟୟନ କରାଯାଇଛି। ନିଦ୍ରା ଯଥେଷ୍ଟ ନ ହେଲେ ହୃଦ୍‌ରୋଗ ଓ ଷ୍ଟ୍ରୋକ୍‌ ଆଦି ହେବାର ସମ୍ଭାବନା ଥାଏ। ମଧୁମେହ, ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ଆକ୍ରାନ୍ତ ଲୋକଙ୍କ ପାଇଁ ନିଦ୍ରାହିନତା ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ। କଲମ୍ବିଆ ୟୁନିଭର୍ସିଟି ଇର୍‌ଓ୍ଵିଙ୍ଗ୍‌ ମେଡିକାଲ୍‌ ସେଣ୍ଟର୍‌ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ, ନିଦ୍ରାରେ ସାମାନ୍ୟ ସମସ୍ୟା ଉପୁଜିଲେ ମହିଳାମାନଙ୍କର ରକ୍ତଚାପ ବଢ଼ିଯାଏ।

ଗଭୀର ନିଦ୍ରା ହଜମକ୍ରିୟା ଉନ୍ନତ କରି ଶରୀରର ଓଜନ ଠିକ୍‌ ରଖେ। ଯେଉଁ ହର୍‌ମୋନ୍‌ କ୍ଷୁଧା ନିୟନ୍ତ୍ରଣ କରେ, ସେହି ହର୍‌ମୋନ୍‌ ନିଦ କରାଏ। ତେଣୁ ଶୋଇବାରେ ବିଭ୍ରାଟ ହେଲେ ସ୍ୱାସ୍ଥ୍ୟ ଉପରେ ତା’ର କୁପ୍ରଭାବ ପଡ଼ିବ ନିଶ୍ଚୟ।

ସୁନିଦ୍ରା ପାଇଁ କେତେକ ଖାଦ୍ୟ ରହିଛି। ସେ ସବୁ ଉପଯୋଗ କରି ପାର୍ଥକ୍ୟ ଜାଣି ପାରିବେ।

ବାଦାମ (ଆଲ୍‌ମଣ୍ଡ): ଆଲମଣ୍ଡ୍‌ରେ ରହିଛି ତନ୍ତୁ, ଆଣ୍ଟିଅକ୍ସିଡାଣ୍ଟ୍‌ ଏବଂ ମାଗ୍ନେସିୟମ୍‌। ଖନିଜ ପଦାର୍ଥ ମାଗ୍ନେସିୟମ୍‌ର ସୁନିଦ୍ରା ସହ ସମ୍ପର୍କ ଥାଏ। ଏହା କମିଲେ ନିଦ ମାଡ଼ିବା କଷ୍ଟକର ହୋଇପଡ଼େ। ଆଲ୍‌ମଣ୍ଡ୍‌ ଯୋଗୁଁ ଟାଇପ୍‌ଟୁ ଡାଇବେଟିସ୍‌ ଏବଂ ହୃଦ୍‌ରୋଗ ଆଶଙ୍କା କମ୍‌ ହୋଇଥାଏ।

କ୍ୟାମୋମାଇଲ୍‌ ଚା: ସୂର୍ଯ୍ୟମୁଖୀ ପରିବାରର ଫୁଲ କ୍ୟାମୋମାଇଲ୍‌ ଚା ପିଇବା ଦ୍ୱାରା ଶରୀରରେ ଗ୍ଲିସେରିନ୍‌ସ୍ତର ବଢ଼ିଯାଏ। ରାସାୟନିକ ପଦାର୍ଥ ଗ୍ଲିସେରିନ୍‌ ସ୍ନାୟୁକୁ ଓ ମାଂସପେଶୀରୁ ଉଶ୍ୱାସ କରି ମୁଣ୍ଡରୁ ଚିନ୍ତା ଦୂର କରିଥାଏ। ଏଥିରେ ଥିବା ଆପିଜେନିନ୍‌ ନାମକ ଆଣ୍ଟିଅକ୍ସିଡାଣ୍ଟ୍‌ ନିଦ୍ରାହିନତା ଦୂର କରିଥାଏ। ନିଦ୍ରା କରାଇବା ସହ ଏହା ରୋଗ ପ୍ରତିରୋଧକ ଶକ୍ତ ବଢ଼ାଏ।

ମହୁ: ପ୍ରାକୃତିକ ଶର୍କରା ମହୁ ଇନ୍‌ସୁଲିନ୍‌ ବଢ଼ାଇ ଦେଇ ମସ୍ତିଷ୍କ ମଧ୍ୟକୁ ଖୁବ୍‌ ସହଜରେ ଟ୍ରାଇପ୍‌ଟୋଫେନ୍‌ ଛାଡ଼ିଥାଏ। ଏଥିସହ କ୍ୟାମୋମାଇଲ୍‌ ଫୁଲ ଚା ମିଶାଇ ପିଇଲେ ଜଲ୍‌ଦି ନିଦ ଆସିଥାଏ।

ଚେରି ରସ: ଚେରି ରସ ପିଇଲେ ତୁରନ୍ତ ନିଦ ମାଡ଼ି ଥାଏ ବୋଲି ପେନ୍‌ସିଲ୍‌ଭାନିଆ ଏବଂ ରୋକେଷ୍ଟର୍‌ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି। ଚେରି ମେଲାଟନିନ୍‌ସ୍ତର ବଢ଼ାଇ ନିଦ୍ରାହିନତା ଦୂର କରେ।

ଦୁଗ୍‌ଧ: ଦୁଗ୍‌ଧରେ ଥିବା ଟ୍ରାଇଟୋଫେନ୍‌ ଥିବାରୁ ତାହା ନିଦ୍ରାକାରକ ହେବା ସହ କାଲ୍‌ସିୟମ୍‌ସ୍ତର ବଢ଼ାଇ ଥାଏ। ଏହାଛଡ଼ା କଦଳୀରେ ବି ବହୁ ପରିମାଣରେ ଟ୍ରାଇଟୋଫେନ୍‌ ଥାଏ।

ସମ୍ବନ୍ଧିତ ଖବର