ଏଣିକି ଘର ଭଡା ନେବାକୁ ହେଲେ ଦେବାକୁ ପଡ଼ିବ ଆଧାରକାର୍ଡ ! ଟ୍ରେନରେ ଯାତ୍ରା ପାଇଁ  ବି ଆଧାରକାର୍ଡ ବାଧ୍ୟତାମୂଳକ !

0 409

ଆପଣ ଆପଣଙ୍କ ଆଧାରକାର୍ଡ କରିସାରିଛନ୍ତି ତ । ଯଦି ନାଁ ତେବେ ତୁରନ୍ତ ଏଥିପାଇଁ ଆବେଦନ କରନ୍ତୁ ଏବଂ ନିଜ ଆଧାର ବନାଇ ନିଅନ୍ତୁ । ନହେଲେ ରେଳଯାତ୍ରା କରିବା ସମୟରେ ଆପଣଙ୍କୁ ହଇରାଣ ହେବାକୁ ପଡିପାରେ । ସରକାରୀ କାର୍ଯ୍ୟ ପାଇଁ ଆଧାରକାର୍ଡକୁ କେତେକ ସ୍ଥାନରେ ବାଧ୍ୟତାମୂଳକ କରାଯାଇଛି । ଏହି କ୍ରମରେ ଏବେ ରେଳବାଇ ମଧ୍ୟ ରେଳ ଆରକ୍ଷଣ ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରିଛି ।

 

 

ଅମ୍ବାଲା ଉତ୍ତର ରେଳବାଇ ପକ୍ଷରୁ ଟ୍ରେନରେ ଟିକେଟ ବୁକ କରିବା ପାଇଁ ଭରାଯାଉଥିବା ଫର୍ମରେ ଏବଂ ସଂଶୋଧନ କରାଯାଇଛି । ଏବେ ଆରକ୍ଷଣ କେନ୍ଦ୍ରରେ ଟିକେଟ ନେବା ସମୟରେ ଆପଣଙ୍କୁ ଆରକ୍ଷଣ ଫର୍ମରେ ଆପଣଙ୍କର ଆଧାରକାର୍ଡ ନମ୍ବର ଦେବାକୁ ପଡିବ । ଏଥିପାଇଁ ଫର୍ମରେ ଅଲଗା ସ୍ତମ୍ଭ ପ୍ରସ୍ତୁତ କରାଯାଇଛି । ରେଳବାଇ ପକ୍ଷରୁ ଏପରି କରାଯିବାର କାରଣ ହେଉଛି ଯେପରି ଯାତ୍ରୀମାନେ ଟିକେଟ ବୁକ କରିବା ସମୟରେ କୌଣସି ପ୍ରକାର ଅସୁବିଧାର ସାମ୍ନା ନକରନ୍ତି । ଏହା ସହ ନୂଆ ଫର୍ମରେ ଯାତ୍ରୀମାନଙ୍କ ପାଇଁ କୌଣସି ରୋଗରେ ପୀଡ଼ିତ ଅଛନ୍ତି କି ନାହିଁ ତାହା ଜଣାଇବା ଲାଗି  ଅପସନ ମଧ୍ୟ ଦିଆଯାଇଛି। ଯାତ୍ରୀଙ୍କୁ ଏହି କଲମରେ ଟିକ୍ କରିବାକୁ ହେବ ଯଦି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଅଛି । ତେବେ ଗର୍ଭବତୀ ମହିଳାମାନଙ୍କ ପାଇଁ ଅଲଗା କଲମ କରାଯାଇଛି । କଲମରେ ଟିକ୍ କଲେ କମ୍ପ୍ୟଟରକୃତ ଆରକ୍ଷଣ ପ୍ରଣାଳୀ ଗର୍ଭବତୀ ମହିଳାମାନଙ୍କ ପାଇଁ ତଳ ସିଟ୍ ବୁକ କରିଦେବ ।

Panda Mobile only

ତେବେ ସୂଚନା ଅନୁଯାୟୀ, ବ୍ୟାଙ୍କ ଖାତା, ମୋବାଇଲ ନମ୍ବରକୁ ଆଧାର ଲିଙ୍କ କରିବା ସମେତ ଏବେ ଭଡାରେ ଘର ନେବା ପାଇଁ ମଧ୍ୟ ଆପଣଙ୍କୁ ଆଧାରକାର୍ଡ ଦେବାକୁ ପଡିବ । ଯଦି ଆପଣଙ୍କୁ ଭଡାରେ ଘର ନେବାକୁ ଅଛି ତେବେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ଆଧାରକାର୍ଡ ଆପଣଙ୍କୁ ଜମା କରିବାକୁ ପଡିବ । ଫେଡେରେସନ ଅଫ ଆପାର୍ଟମେଣ୍ଟ ଓନର ଆସୋସିଏସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

 

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.