କଳିଯୁଗର ଶେଷ କେଇ ବର୍ଷରେ କ’ଣ ଘଟିବ ପୃଥିବୀରେ

ହିନ୍ଦୁଧର୍ମ ଅନୁସାରେ ସତ୍ୟ, ତ୍ରେତେୟା, ଦ୍ୱାପର ଓ କଳି ଏଇ ୪ ଯୁଗ ଦେଇ ଜୀବନ ଓ ଜନ୍ମ ଗତି କରିଥାଏ। ପ୍ରତି ଯୁଗ ଶେଷ ହେବା ସହ ମଣିଷ ହରାଇଥାଏ ତା’ର ଜ୍ଞାନ, ଆୟୁଷ, ବୁଦ୍ଧମତ୍ତା, ଆବେଗ ଓ ଶାରୀରିକ ସାମର୍ଥ୍ୟ। କଳିଯୁଗ ହେଉଛି ଶେଷ ଯୁଗ। କର୍ମାନୁସାରେ ଯାହା ଇନାମ୍‌ କି, ଦଣ୍ଡ ପାଇବା କଥା ତାହା ଏଇ ଯୁଗରେ ହିଁ ମିଳିବ। ଏ ଯୁଗ ଶେଷ ହେଲେ ଘଟିବ କେତେକ ଅତି ଲୋମହର୍ଷକ ଘଟନା, ଯାହା ଏବେ ବ୍ରହ୍ମାପୁରାଣରୁ ମିଳିଛି।

କଳିଯୁଗର ଶେଷ ଆଡ଼କୁ ମଣିଷର ଆୟୁଷ ହେବ ୧୨ ବର୍ଷ ଏବଂ ଉଚ୍ଚତା ହେବ ମାତ୍ର ୪ ଇଞ୍ଚ।

କଳିଯୁଗର ଅବଧି ହେବ ୧୦ ହଜାର ବର୍ଷ। ଏଥିରେ ମାନବ ଜାତିର ପତ୍ତନ ଘଟିବ। ବିଶ୍ୱର ଅର୍ଦ୍ଧେକ ଲୋକ ଅସୁସ୍ଥ ହୋଇପଡ଼ିବେ ଓ ବାକି ଅଧକ ଯୁଦ୍ଧରେ ମାତିବେ।

ଜଳର ସବୁ ଉତ୍ସ ଅତି ରହସ୍ୟଜନକ ଭାବେ ଶୁଖି ଯିବ। ପିତାମାତା, ପରିବାର, ସନ୍ତାନ ଓ ଗୁରୁଙ୍କ ପ୍ରତି ଖାତିର ରହିବ ନାହିଁ।

କାଗଜ ଟଙ୍କା ହିଁ ହେବ ମାନବ ଜାତି ଧ୍ୱଂସର କାରଣ। ଅର୍ଥ ପାଇଁ ଲୋକେ ପରସ୍ପରକୁ ହତ୍ୟା କରିବାକୁ କୁଣ୍ଠିତ ହେବେ ନାହିଁ।

କଳିଯୁଗ ପାଞ୍ଚ ହଜାର ବର୍ଷ ପୂରଣ କଲେ ଗଙ୍ଗାନଦୀ ବିପରୀତ ଦିଗରେ ପ୍ରବାହିତ ହୋଇ ବୈକୁଣ୍ଠଧାମକୁ ଫେରିଯିବ। କଳିଯୁଗକୁ ଦଶ ବର୍ଷ ପୂରିଲେ ପୃଥିବୀରେ ବିଜେ ସବୁ ଦେବାଦେବୀ ସ୍ୱର୍ଗକୁ ଗମନ କରିବେ। ଆଉ ଫେରିବେ ନାହିଁ। ଫଳରେ ମଣିଷ ମନରୁ ଧର୍ମ ବିଶ୍ୱାସ ଦୂରେଇ ଯିବ।

ମାଟି ବନ୍ଧ୍ୟା ହୋଇଯିବାରୁ ପୃଥିବୀରେ ଆଉ ଫୁଲ, ଫଳ କି, ଖାଦ୍ୟ ପଦାର୍ଥ ହେବ ନାହିଁ।

କଳିଯୁଗର ଶେଷ ୨୦ ବର୍ଷ ମଣିଷ ମଧ୍ୟରେ ପାଶବିକତା ଶୀର୍ଷରେ ପହଞ୍ଚିବ। ଅର୍ଥ ବୁଦ୍ଧିମତ୍ତାକୁ ବଳିଯିବ, ବାହୁବଳ ମାନବତାକୁ କାବୁ କରିବ। ଏକ ମାଆ ଗର୍ଭରୁ ଜାତ ପିଲାଏ ପରସ୍ପର ବିନାଶର କାରଣ ହେବେ।

ସନ୍ତ୍ରାଶବାଦ ଶୀର୍ଷରେ ପହଞ୍ଚିବ। ବିଷ୍ଣୁ କଳ୍‌କୀ ହୋଇ ଜନ୍ମ ହେବେ। ତାଙ୍କ ଭଳି ବିଶାଳ ପୁରୁଷ ଜଣେ ମାନବ ସମାଜରେ କେହି କେବେ ଦେଖି ନ ଥିବେ। ୧୦୦୦ ହଳ ହାତୀଙ୍କ ଠାରୁ ତାଙ୍କର ସାମର୍ଥ୍ୟ ହେବ ଅଧିକ। ତାଙ୍କର କ୍ରୋଧରେ ମିଶିବ ଶିବଙ୍କ ରୁଦ୍ର ଅବତାର। ମାତ୍ର ତିନି ଦିନରେ ସେ ବିଶ୍ୱରୁ ଜୀବସତ୍ତା ଲୋକ କରିଦେବେ।

କଳିଯୁଗର ଶେଷ ପାଞ୍ଚ ଦିନରେ ପୃଥିବୀରେ ମୁଷଳ ଧାରାରେ ବର୍ଷା ହୋଇ ଜଳପ୍ଳାବନ ହେବ। କଳିଯୁଗର ଶେଷ ଦିନଟିରେ ହେବ ସବୁଠୁ ବଡ଼ ରାତି। ଏହା ପରେ ଉଦୟ ହେବ ୧୨ଟି ସୂର୍ଯ୍ୟ। ପୃଥିବୀ ପୃଷ୍ଠରୁ ଶେଷ ଜଳ ବିନ୍ଦୁ ଶୋଷି ହେବା ଯାଏଁ ବର୍ଷ ବର୍ଷ ଧରି ତେଜ ଓ ଉତ୍ତାପ ଓଜାଡ଼ି ଚାଲିବେ।

ସମ୍ବନ୍ଧିତ ଖବର