ଜୟପୁର ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସହର

ଜୟପୁର ସହରର ଇତିହାସ ବେଶ୍‌ ପ୍ରାଚୀନ । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହେବାପରେ ଯେଉଁ ଛଅଟି ଜିଲ୍ଲା ଥିଲା, ସେଥିମଧ୍ୟରୁ ଗୋଟିଏ ହେଲା କୋରାପୁଟ । ସେହି ସମୟରେ କୋରାପୁଟର ରାଜା ଥିଲେ ବିକ୍ରମ ଦେବ, ଯିଏକି ଅତ୍ୟନ୍ତ କଳାପ୍ରେମୀ ଥିଲେ । ସେ ଜୟପୁର ଓ ବିଶାଖାପଟ୍ଟନମ୍‌ ଠାରେ କେତେକ ଶିକ୍ଷାନୁଷ୍ଠାନର ସ୍ଥାପନ କରିଥିଲେ । ଜୟପୁର ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସହର । ଏଠାକାର ପ୍ରମୁଖ ପ୍ରାକୃତିକ ଦର୍ଶନୀୟ ସ୍ଥାନଗୁଡିକ ହେଲା-
କୋଲାବ୍‌: କୋଲାବ ସମୁଦ୍ରପତ୍ତନଠୁଁ ପ୍ରାୟ ତିନିହଜାର ଫୁଟ୍‌ ଉପରେ ଅବସ୍ଥିତ । ଏହା ପିକ୍‌ନିକ୍‌ ଓ ନୌକାୟନ ପାଇଁ ଅତି ଉତ୍ତମ ସ୍ଥାନ । ଜୟପୁର ସହରଠାରୁ ଏହା ଅତି ନିକଟରେ ।
ଜଗନ୍ନାଥ ସାଗର: ଜୟପୁର ସହରର ମଧ୍ୟ ଭାଗରେ ଥିବା ଏହା ହେଉଛି ସୁନ୍ଦର ହ୍ରଦ । ଏହାର ନାଆଁ ହେଉଛି ଜଗନ୍ନାଥ ସାଗର ।
ବାଗଡା ଜଳପ୍ରପାତ: କୋଲାବ ନଦୀ କୂଳରେ ସ୍ଥିତ ଏହି ଜଳପ୍ରପାତର ସୌନ୍ଦର୍ଯ୍ୟ ବେଶ୍‌ ମନୋହର ।
ଦେଓମାଳୀ: ଓଡ଼ିଶାର ଉଚ୍ଚତମ ପର୍ବତ ଦେଓମାଳୀ ମଧ୍ୟ ଜୟପୁର ସହର ନିକଟରେ ଅବସ୍ଥିତ । ପର୍ବତାରୋହଣ କରିବାକୁ ଚାହୁଁଥିବା ଲୋକମାନଙ୍କ ଲାଗି ଏହା ଉପଯୁକ୍ତ ସ୍ଥାନ ।

 

ସମ୍ବନ୍ଧିତ ଖବର