ହରି-ହରଙ୍କ ମିଳନର ପ୍ରମୁଖ କେନ୍ଦ୍ର ହେଉଛି ଏହି ମନ୍ଦିର

ଭାରତର ହରି-ହରଙ୍କ ମିଳନର ପ୍ରମୁଖ କେନ୍ଦ୍ର ହେଉଛି କାଶୀ ସ୍ଥିତ ‘ ଶ୍ରୀ ସତ୍ୟନାରାୟଣ ମାନସ ମନ୍ଦିର ’ । ଏହି ମନ୍ଦିରରେ ଉଭୟ ବିଷ୍ଣୁ ଓ ଶିବଙ୍କ ପୂଜନା ବ୍ୟବସ୍ଥା ରହିଛି । ଅଦ୍ଭୁତ, ଅବିଶ୍ୱସନୀୟ, ଅସାଧାରଣ ମୌଳିକତା ପାଇଁ ଏହି ମନ୍ଦିର ପ୍ରସିଦ୍ଧ ।
ଏହି ‘ ଶ୍ରୀ ସତ୍ୟନାରାୟଣ ମାନସ ମନ୍ଦିର ’କୁ ଶ୍ରାବଣ ମାସରେ ଏଭଳି ସଜ୍ଜିତ କରାଯାଇଥାଏ । ଲାଗେ ସତେଯେମିତି ଏହା ପ୍ରଭୁ ବିଶ୍ୱନାଥଙ୍କ ମନ୍ଦିର । କାର୍ତ୍ତିକ ଓ ଚୈତ୍ର ମାସରେ ବିଷ୍ଣୁ ମନ୍ଦିରକୁ ସୁସଜ୍ଜିତ କରାଯାଇଥାଏ । ଶ୍ରାବଣରେ କାଶୀ ଆସୁଥିବା ବାବାଙ୍କ ଭକ୍ତ ମାନସ ମନ୍ଦିରରେ ବାବାଙ୍କ ଆରାଧ୍ୟ ଭଗବାନ ଶ୍ରୀରାମଙ୍କର ମଧ୍ୟ ଦର୍ଶନ ଲାଭ କରି କୃତ୍ୟକୃତ୍ୟ ହୋଇଥାଆନ୍ତି । ଏହି କାରଣରୁ ଆଜି ମନ୍ଦିର ପରିସରରେ ଗୋସ୍ୱାମୀ ସନ୍ଥ ତୁଳସୀଦାସଙ୍କ ସଜୀବ ସ୍ମାରକୀ ମଧ୍ୟ ରହିଛି । ଏହାକୁ ଭାରତୀୟ କଳାତ୍ମକ ଦୃଷ୍ଟିରୁ ମାନସ ଉପରେ ଆଧାରିତ କରି ନିର୍ମାଣ କରାଯାଇଛି ।

ସମ୍ବନ୍ଧିତ ଖବର