ଜାଣନ୍ତୁ ଆପଣ ପୂର୍ବଜନ୍ମରେ କିପରି ଥିଲେ!

ଆପଣଙ୍କ ଜନ୍ମାଙ୍କରୁ ଜାଣିହେବ ଯେ ପୂର୍ବଜନ୍ମରେ ଆପଣ କିପରି ସ୍ୱଭାବର ଥିଲେ। ଯଦି କେହି ୧୯୯୨ ମସିହା ଜୁଲାଇ ୧୬ ତାରିଖରେ ଜନ୍ମ ଗହଣ କରିଥାନ୍ତି ତେବେ ତାଙ୍କ ଜନ୍ମାଙ୍କ ହେବ ୧+୯+୯+୨+୭+୧+୬= ୩୫, ୩+୫=୮। ଏହିଭଳି ଭାବେ ଆପଣ ପ୍ରଥମେ ନିଜ ଜନ୍ମାଙ୍କକୁ ଜାଣିନିଅନ୍ତୁ। ପୂର୍ବଜନ୍ମରେ ଆପଣ କିପରି ଥିଲେ ତାହା ନିମ୍ନରେ ଦର୍ଶାଯାଇଛି।

ଜନ୍ମାଙ୍କ ୧: ପୂର୍ବଜନ୍ମରେ ଆପଣ ଜଣେ ନେତୃତ୍ୱ ନେଉଥିବା ପରି ବ୍ୟକ୍ତି ଥିଲେ। ଆପଣ ଜଣେ ସମ୍ମାନସ୍ପଦ ବ୍ୟକ୍ତି ଥିଲେ। ଅନେକ ନିୟମ ବହିର୍ଭୂତ କାମ ଆପଣ କରିଛନ୍ତି ପୂର୍ବଜନ୍ମରେ।

ଜନ୍ମାଙ୍କ୨: ପୂର୍ବଜନ୍ମରେ ଆପଣ ଗଭୀର ପ୍ରେମରେ ପଡ଼ିଥିଲେ। ଆପଣ ଗୁଡ଼ାଏ ଜଟିଳ ପରିସ୍ଥିତିର ସାମ୍ନା କରିଛନ୍ତି ପୂର୍ବଜନ୍ମରେ।

ଜନ୍ମାଙ୍କ୩: ଆପଣ ଜଣେ ସୃଜନଶୀଳ ବ୍ୟକ୍ତି ଥିଲେ। ସମ୍ଭବତଃ ଆପଣ ଜଣେ ଲେଖକ ନଚେତ ଚିତ୍ରଶିଳ୍ପୀ ଥିଲେ।

ଜନ୍ମାଙ୍କ୪: ଗୋଟାଏ ମଜାଦାରିଆ ଜୀବନ ଜିଇଛନ୍ତି ଆପଣ ପୂର୍ବଜନ୍ମରେ। ମାତ୍ର ଟିକେ ନକାରାତ୍କମ ସ୍ୱଭାବର ଥିଲେ ଆପଣ।

ଜନ୍ମାଙ୍କ୫: ପୂର୍ବଜନ୍ମରେ ଆପଣ ଏକ ସଂଘର୍ଷମୟ ଜୀବନ ବିତାଇଛନ୍ତି। ଅନେକ ସମୟରେ ଅନେକ ଘଟଣା ପାଇଁ ଲଢ଼େଇ କରିବାକୁ ପଡ଼ିଛି ଆପଣଙ୍କୁ।

ଜନ୍ମାଙ୍କ୬: ଆପଣ ପୂର୍ବ ଜନ୍ମରେ ଜଣେ କ୍ଷମାର ମୂର୍ତ୍ତି ଥିଲେ। ଖୁବ୍‌ ଦୟାଶୀଳ ସ୍ୱଭାବର ଥିଲେ। ଭଗବାନଙ୍କ ପ୍ରତି ଅମାପ ଶ୍ରଦ୍ଧା ରହିଥିଲା।

ଜନ୍ମାଙ୍କ୭: ଆପଣ ପୂରା ନୀତିନିୟମରେ ବାନ୍ଧି ହୋଇ ରହିଥିଲେ। ବଡ଼-ସାନ ଭିତରେ ରହିଥିବା ପାର୍ଥକ୍ୟକୁ ଭଲକରି ବୁଝିଥିଲେ। ବଡ଼ଙ୍କୁ ସମ୍ମାନ ଓ ସାନଙ୍କୁ ସ୍ନେହ ଦବାର କଳା ଆପଣଙ୍କୁ ବେଶ୍‌ ଜଣାଥିଲା।

ଜନ୍ମାଙ୍କ୮: ଆପଣ ପୂର୍ବଜନ୍ମରେ ଜଣେ ଡାକ୍ତର କିମ୍ବା ନର୍ସ ଥିଲେ। ଖୁବ୍‌ ଧନୀକ ଏବଂ ସଚ୍ଚୋଟ ଥିଲେ। ସତ୍ୟ ଆପଣଙ୍କ ଜୀବନର ବଡ଼ ନୀତି ଥିଲା।

ଜନ୍ମାଙ୍କ୯: ଆପଣ ଜଣେ ଭିନ୍ନ ବ୍ୟକ୍ତିତ୍ୱର ବ୍ୟକ୍ତି ଥିଲେ। ଖୁବ୍‌ ମଜାଦାରିଆ ଏବଂ ସ୍ୱତନ୍ତ୍ର ଥିଲେ। ବୃତ୍ତିଗତ ଭାବେ ହୁଏତ ସାମ୍ବାଦିକ କିମ୍ବା ସମାଜସେବୀ ଥିଲେ।

ସମ୍ବନ୍ଧିତ ଖବର