ଦେଶରେ ୮ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଲାଗି ପ୍ରଦୂଷଣ ଦାୟୀ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ହେତୁ ୨୦୧୭ ବର୍ଷରେ ୧୨ ଲକ୍ଷ ୪୦ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିମଧ୍ୟରୁ ୬ ଲକ୍ଷ ୭୦ ହଜାର  ଲୋକଙ୍କ ମୃତ୍ୟୁ ଘରର ପ୍ରଦୂଷଣ ଯୋଗୁଁ ହୋଇଛି। ଏହି ଲୋକ ପ୍ରଦୂଷଣର ଶିକାର ହୋଇ କର୍କଟ ରୋଗ,ହୃଦଘାତ ଓ କ୍ରୋନିକ ରୋଗ ଗ୍ରସ୍ତ ହୋଇ ପ୍ରାଣ ହରାଇଥିବା ଜଣାଯାଇଛି। ଏହି ମୃତ ବ୍ୟକ୍ତିଙ୍କ ବୟସ ୨୧ ରୁ ୭୦ ବର୍ଷ ବୋଲି ଜଣାଯାଇଛି।

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଏଆଇସିଏସ୍‌ଆର୍‌)ର ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଯେ ଦେଶରେ ୮ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଲାଗି ପ୍ରଦୂଷଣ ଦାୟୀ। ବିଶ୍ୱପ୍ରସିଦ୍ଧ ଲାସେଣ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ କାରଣରୁ ମୃତ୍ୟୁ ହାର ପ୍ରତି ଏକ ଲକ୍ଷରେ ୮୯.୯ପ୍ରତିଶତ ରହିଛି ଭାରତରେ।

ତେବେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଯୋଗୁଁ ଘର ଭିତରେ ପ୍ରଦୂଷଣ ଅନେକାଂଶରେ ହ୍ରାସ ଘଟିଛି। ଦିଲ୍ଲୀ,ହରିଆଣା,ଉତ୍ତରପ୍ରଦେଶ ଓ ବିହାରରେ ସବୁଠାରୁ ଅଧିକ ବିଷାକ୍ତ ବାୟୁ ପ୍ରବାହିତ ହେଉଥିବା କୁହାଯାଉଛି। ଏଥିପାଇଁ କଡ଼ା ପଦକ୍ଷେପ ଜରୁରୀ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର