ଅଭିଶାପ ଯୋଗୁଁ ଦୈନିକ କମି କମି ଯାଉଛି ଗୋବର୍ଦ୍ଧନ ପର୍ବତର ଆକାର

ମଥୁରା ନିକଟରେ ଅବସ୍ଥିତ ଗୋବର୍ଦ୍ଧନ ପର୍ବତର ଧାର୍ମିକ ଗୁରୁତ୍ୱ ସମଗ୍ର ଭାରତରେ ପ୍ରସିଦ୍ଧ। କଥିତ ଅଛି ଗୋବର୍ଦ୍ଧନ ପର୍ବତ ପରିକ୍ରମା କଲେ ସବୁ ସମସ୍ୟା ଦୂରେଇ ଯାଏ। କିଂବଦନ୍ତି କହେ, ଏକ ଅଭିଶାପ ଯୋଗୁଁ ଗୋବର୍ଦ୍ଧନ ପର୍ବତର ଆକାର କମି କମି ଚାଲିଛି। ଦୈନିକ ସୋରିଷ ପ୍ରମାଣ କମିବ ବୋଲି ପୁଲସ୍ତ୍ୟ ଋଷିଙ୍କ ଠାରୁ ଅଭିଶାପ ପାଇଥିଲା ଗିରି ଗୋବର୍ଦ୍ଧନ।

କଥାଟି ଏମିତି: ବିଶ୍ୱକୁ ଅତ୍ୟାଚାର ମୁକ୍ତ କରିବାକୁ ବିଷ୍ଣୁ ବସୁଦେବଙ୍କ ପୁଅ କୃଷ୍ଣ ହୋଇ ଜନ୍ମ ନେଲେ। ଏହି ସମୟରେ ପର୍ବତ ରାଜ ଦ୍ରୋଣକାଳଙ୍କ ସନ୍ତାନ ହୋଇ ଜନ୍ମ ନେଲେ ଗୋବର୍ଦ୍ଧନ ପର୍ବତ ଏବଂ ଯମୁନା ନଈ। ସେତିକି ବେଳେ ପୁଲସ୍ତ୍ୟ ଋଷି ଦ୍ରୋଣକାଳଙ୍କୁ ଅନୁରୋଧ କଲେ କି, ସେ ନିଜ ପୁଅକୁ ମଥୁରାରୁ କାଶୀକୁ ନେବା ପାଇଁ ଚାହୁଁଛନ୍ତି। ଗୋଟିଏ ସର୍ତ୍ତରେ ଦ୍ରୋଣକାଳ ତାଙ୍କୁ ଅନୁମତି ଦେଇଥିଲେ। ତାହା ହେଲା ସେ ଗୋବର୍ଦ୍ଧନ ପର୍ବତକୁ ଧରି କାଶୀ ଯିବେ। କାଶୀରେ ନ ପହଞ୍ଚିବା ଯାଏଁ ସେ ଗୋବର୍ଦ୍ଧନକୁ ତଳେ ରଖିବେ ନାହିଁ। ଋଷି ରାଜି ହେଲେ- ଯାତ୍ରା ଆରମ୍ଭ ହେଲା।


ବାଟରେ ପଡ଼ିଲା ଶ୍ରୀକୃଷ୍ଣ ବିହାର କରୁଥିବା ଚାରଣ ଭୂମି ବ୍ରଜ ମଣ୍ଡଳ। କୃଷ୍ଣଙ୍କୁ ସାନ୍ନିଧ୍ୟ ଲଭିବାକୁ ମନ ବଳାଇ ଗୋବର୍ଦ୍ଧନ ଜାଣିଶୁଣି ଖୁବ୍‌ ଭାରୀ ହୋଇଗଲେ। କ୍ଳାନ୍ତ ହୋଇ ପୁଲସ୍ତ୍ୟ ଋଷି ଗୋବର୍ଦ୍ଧନକୁ ତଳେ ରଖି ଦେଇ ଜାଣିଲେ ଯେ ତାଙ୍କ ସହ ଛଳନା କରାଯାଇଛି। ସେ ରାଗରେ ଗୋବର୍ଦ୍ଧନକୁ ଅଭିଶାପ ଦେଲେ- ଦୈନିକ ସୋରିଷ ପ୍ରମାଣ କ୍ଷୁଦ୍ର ହୋଇ ଦିନେ ଅପସରି ଯିବ।

ଅନ୍ୟ ଏକ ବିଶ୍ୱାସ ଅନୁସାରେ ଗୋବର୍ଦ୍ଧନ ପର୍ବତ ଏବଂ ଯମୁନା ନଈ ଥିବା ଯାଏଁ ବିଶ୍ୱ ନିରାପଦ ଥିବ। ସେମାନେ ଅପସରି ଗଲେ ପୃଥିବୀ ଧ୍ୱଂସ ପାଇଯିବ।

ସମ୍ବନ୍ଧିତ ଖବର