ପୌରାଣିକ ପର୍ଯ୍ୟଟନ ସ୍ଥଳ ପଛରେ ବି ରହିଛି ମଜାଦାର କାହାଣୀ

ଅରୁଣାଚଳ ପ୍ରଦେଶରେ କେତେକ ପର୍ଯ୍ୟଟନ ସ୍ଥଳ ରହିଛି। ସେଥିମଧ୍ୟରୁ କେତେକ ଐତିହାସିକ ଏବଂ ଆଉ କେତେକ ପୌରାଣିକ ପର୍ଯ୍ୟଟନ ସ୍ଥଳ । ସେହି ରାଜ୍ୟରେ ରହିଛି ଏମିତି ତିନିଟି ପୌରାଣିକ ପର୍ଯ୍ୟଟନ ସ୍ଥଳ ଯାହାକୁ ନ ଦେଖି ପର୍ଯ୍ୟଟକମାନେ ଫେରି ନଥାନ୍ତି। ସବୁଠୁ ବଡ଼ କଥା ହେଲା ଯେ ଏହି ସ୍ଥାନର ମହତ୍ତ୍ୱ ବି ଯଥେଷ୍ଟ ଅଧିକ। ଖାଲି ସେତିକି ନୁହେଁ ଏହି ପୌରାଣିକ ପର୍ଯ୍ୟଟନ ସ୍ଥଳ ପଛରେ ବି ରହିଛି ମଜାଦାର କାହାଣୀ।

ପର୍ଶୁରାମ କୁଣ୍ଡ: ପୁରାଣ ଅନୁଯାୟୀ ଏଠାରେ ଭଗବାନ ପର୍ଶୁରାମ ମାତୃହତ୍ୟା କରିବା ପରେ ଏଠାରେ ଥିବା ଲୋହିତନଦୀର ଏକ କୁଣ୍ଡରେ ନିଜର ପାପ ଧୋଇ ଥିଲେ । ସେହି ଦିନଠାରୁ ଏହାର ନାମକରଣ କରାଯାଇଛି ପର୍ଶୁରାମ କୁଣ୍ଡ । ଏଠାରେ ପ୍ରତିବର୍ଷ ଜାନୁଆରୀ ମାସରେ ଏକ ବୃହତ ମେଳା ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ଯୋଗ ଦିଅନ୍ତି ।

photo–youtube

ଭୀଷ୍ମକ ନଗର: ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଭୀଷ୍ମକ ରାଜାଙ୍କ ଠାରୁ ତାଙ୍କ କନ୍ୟା ରୁକ୍ମିଣୀଙ୍କୁ ଅପହରଣ କରି ବିବାହ କରିଥିଲେ ବୋଲି ବର୍ଣ୍ଣିତ ଅଛି । ଏହି ଅଞ୍ଚଳ ସେହି ଭୀଷ୍ମକ ରାଜାଙ୍କର ନଗରୀ ଥିଲା ବୋଲି ବିଶ୍ୱାସ କରାଯାଏ । ତାଙ୍କ ନାମ ଅନୁସାରେ ଏହି ଅଞ୍ଚଳର ନାମ ଭୀଷ୍ମକ ନଗର ହୋଇଛି । ଏଠାରେ ପୁରୁଣା ରାଜଉଆସ ଓ କେତେକ ମନ୍ଦିର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ ।

photo-touristplaces.org

ଆକାଶୀ ଗଙ୍ଗା: ଭଗବାନ ଶିବ ପାର୍ବତୀଙ୍କ ଶବକୁ ଧରି ଯାଉଥିବାବେଳେ ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ରରେ ସେହି ଶବକୁ କାଟି ଦେଇଥିଲେ । ଏହି ଶବର କେତେକ ଅଂଶ ଭିନ୍ନ ଭିନ୍ନ ସ୍ଥାନରେ ପଡ଼ିଥିଲା । ବ୍ରହ୍ମପୁତ୍ର ନଦୀ କୂଳରେ ଥିବା ଆକାଶୀଗଙ୍ଗାରେ ମଧ୍ୟ ମାତା ପାର୍ବତୀଙ୍କ ଶରୀରର କିଛି ଅଂଶ ପଡ଼ିଥିବା ବିଶ୍ୱାସ କରାଯାଏ । ଏହି ଅଞ୍ଚଳ ମଧ୍ୟ ବେଶ୍‌ ପ୍ରାଚୀନ ବୋଲି କୁହାଯାଏ ।
ଏତଦ୍‌ବ୍ୟତୀତ ମାଲିନିଆନ ଓ ବୋମତିଲା ମଧ୍ୟ ଏଠାକାର ଅନ୍ୟ ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳ ।

ସମ୍ବନ୍ଧିତ ଖବର