ବିବାହର ଏକ ଘଣ୍ଟା ପରେ ବର-ବଧୂଙ୍କ ଛାଡପତ୍ର, ଯେଉଁ ବେଦୀରେ ହୋଇଥିଲା ବିବାହ ସେଠାରେ ହିଁ ହେଲା ବିବାହ ବିଚ୍ଛେଦ

ନୂଆଦିଲ୍ଲୀ: ବିବାହ ଏକ ପବିତ୍ର ବନ୍ଧନ। ବିବାହ ବେଦୀରେ ବର-କନ୍ୟା ଜଣେ ଅନ୍ୟଜଣଙ୍କ ସାଥୀ ହୋଇ ସାତଜନ୍ମ ଚାଲିବା ପାଇଁ ଶପଥ ନେଇ ଥାଆନ୍ତି। ଏହା ସତ୍ତ୍ୱେ ବି ସମୟ ସମୟରେ ଭୁଲ ବୁଝାମଣା ହେତୁ ଲୋକମାନଙ୍କ ବିବାହ ଭାଙ୍ଗି ଯାଇଥିବାର ଖବର ଶୁଣିବାକୁ ମିଳିଛି। ଅହମ୍ମଦାବାଦରେ ଏମିତି ଏକ ବିବାହ ବିଚ୍ଛେଦ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସୂଚନାଯୋଗ୍ୟ, ଅହମ୍ମଦାବାଦରେ ଏକ ବର-କନ୍ୟାଙ୍କ ବିବାହ ଧୁମ୍‌ଧାମ୍‌ରେ ସମ୍ପନ୍ନ ହୋଇଥିଲା। ବିବାହ ପରେ ବର ଓ କନ୍ୟା ପକ୍ଷର ଲୋକମାନେ ଖାଇବା ପାଇଁ ବସିଥିଲେ, ଠିକ୍‌ ସେତିକି ବେଳେ କୌଣସି ଏକ କଥାକୁ ନେଇ ଦୁଇ ପରିବାର ମଧ୍ୟରେ ଲଢ଼େଇ ହୋଇଥିଲା। ଏହି ଝଗଡ଼ା ଏତେ ବଢ଼ି ଯାଇଥିଲା, କି କନ୍ୟା ଓ ବରପକ୍ଷର ଲୋକମାନେ ଜିନିଷ ପତ୍ର ଫିଙ୍ଗାଫୋପଡା କରିବା ଆରମ୍ଭ କରି ଦେଇଥିଲେ। ଏହି ଘଟଣାକୁ ଆୟତ୍ତ କରିବା ପାଇଁ ପୁଲିସ ଡାକିବାକୁ ପଡ଼ିଥିଲା। ପୁଲିସ ଆସିବା ପରେ ଝଗଡ଼ା ତ ଶାନ୍ତ ହୋଇଥିଲା। କିନ୍ତୁ ବର-ବଧୂ ନିଜ ବିବାହକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିଲେ। ଯେଉଁ ମଣ୍ଡପରେ ବର-ବଧୂଙ୍କ ଘଣ୍ଟାଏ ପୂର୍ବରୁ ବିବାହ ହୋଇଥିଲା, ସେହି ମଣ୍ଡପରେ ଆଇନଜୀବୀଙ୍କ ସମ୍ପୁଖରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା।

ସମ୍ବନ୍ଧିତ ଖବର