ମହିଳା ବୈଜ୍ଞାନିକମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ କି ବ୍ୟବସ୍ଥା ରହିଛି ? ଜାଣନ୍ତୁ

ସମଗ୍ର ଦେଶରେ ମହିଳା ବୈଜ୍ଞାନିକ ମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି ଭାରତ ସରକାର ମହିଳା ମାନଙ୍କୁ ସ୍କଲାରସିପ୍‌ ଦେବାର ଯୋଜନା କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଲା ସାଇନ୍ସ, ଇଂଜିନିୟରିଂ ଓ ମେଡିସିନ୍‌ରେ ହେଉଥିବା ବୈଜ୍ଞାନିକ ଅନୁସନ୍ଧାନ ଓ ଗବେଷଣା କ୍ଷେତ୍ରରେ ମହିଳାମାନଙ୍କୁ ପ୍ରୋତ୍ସାହିତ ପ୍ରଶିକ୍ଷଣ ଦିଆଯିବା । ଟେକ୍‌ନୋଲୋଜି ଇନ୍‌ଫର୍‌ମେସନ୍‌ର ପେଟେଣ୍ଟ ଫେସି ଲିଟିଙ୍ଗ୍‌ ସେଣ୍ଟର୍‌ ( ପିଏଫ୍‌ସି) ଫରକାଷ୍ଟିଙ୍ଗ୍‌ ଆଣ୍ଡ ଆସେସ୍‌ମେଣ୍ଟ କାଉନସିଲ୍‌ ( ଟି ଆଇ ଏଫ୍‌ ସି-) ମଧ୍ୟ ଏଥିରେ ସାମିଲ୍‌ ।

ଯୋଗ୍ୟତା: ପ୍ରାର୍ଥୀନୀ ଭାରତୀୟ ନାଗରିକ ହୋଇଥିବେ ।
-ସାଇନ୍ସରେ ମାଷ୍ଟର ଡିଗ୍ରୀ । ଫିଜିକାଲ ସାଇନ୍ସ, କେମିକାଲ୍‌ ସାଇନ୍ସ, ଲାଇଫ୍‌ ସାଇନ୍ସ ରେ ପିଏଚ୍‌ଡ଼ି । ଇଂଜିନିୟରିଂ, ମେଡିସିନ୍‌, ଫାର୍ମାସ୍ୟୁଟିକାଲ ସାଇନ୍ସ, ଭେଟରନାରୀ ସାଇନ୍ସରେ ବ୍ୟାଚେଲର ବା ମାଷ୍ଟର ଡିଗ୍ରୀ ହାସଲ କରିଥିବେ ।
– ଉଚ୍ଚ ଶିକ୍ଷାଗତସଂପନ୍ନ ମହିଳାଙ୍କୁ ଅଗ୍ରାଧିକାର ଦିଅଯାଇଥାଏ ।
– କମ୍ପ୍ୟୁଟର ଡାଟାବେସ୍‌, ନେଟ୍‌ ସର୍ଫିଙ୍ଗ୍‌ ର ଜ୍ଞାନ ଥିବା ଆବଶ୍ୟକ ।
– ରିସର୍ଚ, ପ୍ରୋଜେକ୍ଟ ରିପୋର୍ଟସ ପ୍ରସ୍ତୁତି କରିବାର ଅନୁଭବ ମଧ୍ୟ ଥିବ ।
ଆବେଦନ କରିବେ କିପରି? -ଆପ୍ଲିକେସନ୍‌ ଫର୍ମ ଓ ଏହାର ଫର୍ମାଟ୍‌ ର ସୂଚନା ଡ଼ିସେମ୍ବର ମାସର ଆରମ୍ଭରେ ବିଭିନ୍ନ ସମ୍ବାଦ ପତ୍ରରେ ବିଜ୍ଞାପନ ପ୍ରକାଶିତ ହୋଇଥାଏ । ଆବେଦନ ପତ୍ର କୁ ଠିକ୍‌ ଭାବେ ଓ ସଂପୂର୍ଣ୍ଣ ରୂପେ ପୂରଣ କରିବା ଉଚିତ୍‌ । ଆବେଦନପତ୍ରରେ ନିଜର ଦସ୍ତଖତ ନିତଶ୍ଚିତ ଭାବେ କରନ୍ତୁ । ଆବେଦନ ପତ୍ରକୁ ଡାକରେ ପଠାଇବାକୁ ହୁଏ । ଇମେଲ୍‌ କିମ୍ବା ଫ୍ୟାକ୍ସ ଦ୍ୱାରା ଗ୍ରହଣୀୟ ନୁହେଁ । ଲିଖିତ ପରୀକ୍ଷା ଓ ସାକ୍ଷାତ୍‌କାରରେ ଚୟନ କରାଯାଇଥାଏ । ଯଦି ଆପଣ ଏଥିପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ସେଣ୍ଟର ଆପଣଙ୍କ ଟ୍ରେନିଂ ବ୍ୟବସ୍ଥା କରିବ ।
ସୁବିଧା: ଏମ୍‌.ଏସ୍‌ସି/ବି.ଟେକ୍‌/ ଏମ୍‌ବି ବିଏସ୍‌/ ବି ଫର୍ମା ଶିକ୍ଷାଗତ ଯୋଗ୍ୟତା ଥିବା ମହିଳାମାନଙ୍କୁ ମାସିକ ୧୨ ହଜାର ୫୦ ଟଙ୍କା ଦିଆଯାଇଥାଏ । ପିଏଚ୍‌ଡି / ଏମ୍‌ଟେକ୍‌/ ଏମ୍‌ଫାର୍ମ/ଏମ୍‌.ଏସି/ ଏମ୍‌ଡି ପ୍ରାର୍ଥୀ ମାନଙ୍କୁ ମାସିକ ୧୭ ହଜାର ୫୦୦ ଟଙ୍କାର ଛାତ୍ରବୃତ୍ତି ରହିଛି।
ଏ ଫର୍ମସ, ନଲେଜ୍‌ ପ୍ରସେସିଙ୍ଗ୍‌ ଅର୍ଗାନାଇଜେସନ୍‌ ଓ ବିଭିନ୍ନ ସରକାରୀ ଏଜେନ୍ସ ରେ ଦଶମାସର ଟ୍ରେନିଂ ଦିଆଯିବ ।

photo-womanthology.co.uk

କୋର୍ଡିନେସନ ସେଣ୍ଟର : ଦେଶର ନିମ୍ନଲିଖିତ ସ୍ଥାନ ମାନଙ୍କରେ କୋର୍ଡିନେସନ ସେଣ୍ଟର ରହିଛି । ଏଗୁଡ଼ିକ ହେଲା- ସେଣ୍ଟର ଫର୍‌ କୋଅପରେସନ୍‌ ଇନ୍‌ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି, ଚେନ୍ନାଇ , ଡେଭେଲପିଙ୍ଗ୍‌ ସେଣ୍ଟର୍‌, ଟେକ୍‌ନେଲୋଜି ଇନ୍‌ଫରମେସନ୍‌, ଫୋରକାଷ୍ଟିଙ୍ଗ୍‌ ଆଣ୍ଡ୍‌ ଆସେସ୍‌ମେଣ୍ଟ କାଉନସିଲ୍‌ ବିଶ୍ୱକର୍ମା, ଭବନ, ଏ-ଉଇଙ୍ଗ୍‌ , ଶାହିଦ୍‌ ଜୀତ୍‌ସିଂହ ମାର୍ଗ, ଖଡଗପୁର, କଣ୍ଟିନ୍ୟୁଇଙ୍ଗ୍‌ , ଏଜୁକେସନ୍‌ ପ୍ରୋଗ୍ରାମ୍‌ , ପୁଣେ, ୟୁନିଟ୍‌ ଫର୍‌ ରିସର୍ଚ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ ଅଫ୍‌ ଇନ୍‌ଫରମେସନ୍‌ ପ୍ରଡକ୍ଟସ କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ, ଜୋପାସନା, ୫୮/୧ ପୁନେ ।
ଚୟନ ପ୍ରକ୍ରିୟା; ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁ ଆଧାରରେ ଯୋଗ୍ୟ ପ୍ରାର୍ଥୀ ମାନଙ୍କର ଚୟନ ହେବ । ନୂଆ ଦିଲ୍ଲୀ, ଚେନ୍ନାଇ, କୋଲକାତା ଓ ପୁଣେ ରେ ଲିଖିତ ପରୀକ୍ଷା ଆୟୋଜିତ ହେବ ।

ଟି ଆଇ ଏଫ୍‌ ସି- ଟେକ୍‌ନୋଲୋଜି ଇନ୍‌ଫରମେସନ୍‌ , ଫୋର୍‌କାଷ୍ଟିଙ୍ଗ୍‌ ଆଣ୍ଡ୍‌ ଆସେସମେଣ୍ଟ କାଉନସିଲ୍‌ ( ଟି ଆଇଏଫ୍‌ଏସି) ଏକ ସ୍ୱାୟତ୍ତ ସଂସ୍ଥା , ଯାହା ୧୯୮୮ରେ ଡିପାର୍ଟମେଣ୍ଟ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି ଦ୍ୱାରା ସ୍ଥାପିତ । ଏହା ସମଗ୍ର ଦେଶରେ ହେଉଥିବା ବୈଜ୍ଞାନିକ ଅନୁସନ୍ଧାନ ଓ ଗବେଷଣାକୁ ପ୍ରୋତ୍ସାହିତ ଓ ସଞ୍ଚାଳିତ କରୁଛି ।

ସମ୍ବନ୍ଧିତ ଖବର