ସାଇବର କ୍ରାଇମ୍‌ଏକ୍ସପର୍ଟଙ୍କର କାମ କ’ଣ ?

ସମଗ୍ର ବିଶ୍ୱରେ ହ୍ୟାକର୍ସ କଂପ୍ୟୁଟର ସଫ୍ଟଓୟାର୍‌ର ଏକ୍ସପର୍ଟ ହୋଇଥାଆନ୍ତି । ସେମାନେ ଲୋକଙ୍କର ଗୋପନୀୟ ନଥିପତ୍ରକୁ ଡିଜିଟାଲ୍‌ କପିର ନକଲ କରିବା ଓ ତାକୁ ନଷ୍ଟ କରିବାରେ ମାହିର୍‌ ଅଟନ୍ତି । ସାଇବର୍‌ କ୍ରାଇମ୍‌ ଘଟଣା ମହାନଗର ଓ ବଡ-ସହରମାନଙ୍କରେ ତ ସାଧାରଣ କଥା ହୋଇଯାଇଛି ।ଆଜି ଯେଉଁଭଳି ଭାବେ ଇଣ୍ଟରନେଟ୍‌ ଓ କଂପ୍ୟୁଟରର ବ୍ୟବହାର ବୃଦ୍ଧି ପାଇଛି, ତା’କୁ ଦେଖି ଲାଗୁଛି ଏବେ ବି ଆହୁରି ଅଧିକ ସଂଖ୍ୟକ ସାଇବର ଏକ୍ସପର୍ଟ ଙ୍କର ଆବଶ୍ୟକତା ରହିଛି ।

ଇଣ୍ଟରନେଟ୍‌ ଦୁନିଆଁକୁ ସାଇବର ସ୍ପେସ୍‌ ବୋଲି କୁହାଯାଉଛି । ସମଗ୍ର ବିଶ୍ୱରେ ସାଇବରସ୍ପେସ୍‌ର ନିଜର ଆଇନ୍‌କାନୁନ ଅଛି । ଏହି ଆଇନ୍‌ ଦ୍ୱାରା ସାଇବର ରେ ଅପରାଧ କରୁଥିବା ଅପରାଧୀମାନଙ୍କୁ ଧରି ହେବ । ସାଇବର କ୍ରାଇମ୍‌ ଭିତରେ ଇଣ୍ଟରନେଟ୍‌ରେ କ୍ରେଡିଟ୍‌କାର୍ଡ ଚୋରି ,ବ୍ଲାକ୍‌ ସେଲିଫ୍‌ ,କପିରାଇଟ୍‌ ଓ ଟ୍ରେଡମାର୍କ ଫ୍ରଡ୍‌ , ପର୍ଣ୍ଣୋଗ୍ରାଫି ଭଳି ଅନେକ ଅପରାଧିକ କାର୍ଯ୍ୟ ଅନ୍ତର୍ଭୁକ୍ତ । ଏହି ସବୁ ଅପରାଧ ରୋକିବା ଲାଗି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ମହାନଗରମାନଙ୍କରେ ସାଇବର କ୍ରାଇମ୍‌ ସେଲ୍‌ ଖୋଲାଯାଇଛି । ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସାଇବର୍‌ ସଂପର୍କରେ ବିଶେଷ ସୂଚନା ଦିଆଯାଇଥାଏ ।

ସମ୍ବନ୍ଧିତ ଖବର