ଅଗଷ୍ଟ ୧୧ରେ ହେବାକୁ ଥିବା ଚଳିତବର୍ଷର ଶେଷ ସୂର୍ଯ୍ୟୋପରାଗ ସହିତ ଜଡ଼ିତ ୫ଟି ବିଶେଷ କଥା

ନୂଆଦିଲ୍ଲୀ: ଚଳିତବର୍ଷର ଶେଷ ସୂର୍ଯ୍ୟୋପରାଗ ଅଗଷ୍ଟ ୧୧ରେ ପଡ଼ିବ। ଏହା ପୂର୍ବରୁ ୨୦୧୮ରେ ସୂର୍ଯ୍ୟୋପରାଗ ଜୁଲାଇ ୧୩ରେ ହୋଇଥିଲା। ପୃଥିବୀ ସୌରମଣ୍ଡଳରେ ସୂର୍ଯ୍ୟ ଚାରିପଟେ ବୁଲିଥାଏ। ଯେତେବେଳେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ଆସି ଯାଇଥାଏ, ସେ ସୂର୍ଯ୍ୟର କିଛି କିରଣକୁ ରୋକି ଦେଇଥାଏ। ଯାହାକୁ ସୂର୍ଯ୍ୟ ପରାଗ କୁହାଯାଇଥାଏ। ଆସନ୍ତୁ ଜାଣିବା ଚଳିତବର୍ଷର ଶେଷ ଓ ତୃତୀୟ ସୂର୍ଯ୍ୟୋପରାଗ ସହିତ ଜଡ଼ିତ ୫ଟି ବିଶେଷ କଥା..

୧. ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଉତ୍ତର ଆମେରିକା, ଉତ୍ତର-ପଶ୍ଚିମ, ଦକ୍ଷିଣ କୋରିଆ, ମୋସ୍କୋ, ଚୀନ ଭଳି କେତେଟି ଦେଶର ଲୋକମାନେ ଏହାକୁ ଦେଖି ପାରିବେ। ଲଣ୍ଡନରେ ସୂର୍ଯ୍ୟୋପରାଗ ସକଳା ୯ଟା ୨ମିନିଟରେ ଆରମ୍ଭ ହେବ।

୨. ଭାରତରେ ଏହି ସୂର୍ଯ୍ୟୋପରାଗ ଅଗଷ୍ଟ ୧୦ ଅର୍ଥାତ୍‌ ୧୨ଘଣ୍ଟା ପୂର୍ବରୁ ୧ଟା ବାଜି ୩୨ ମିନିଟ୍‌ରେ ଆରମ୍ଭ ହେବ।

୩. ଭାରତରେ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେଉ ନଥିବାରୁ ଏହାର ପ୍ରଭାବ ପଡ଼ିବ ନାହିଁ।

୪. ନାସା ଅନୁସାରେ, ୨୦୧୯ରେ ବି ତିନିଟି ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ୨୦୧୯ରେ ପ୍ରଥମ ସୂର୍ଯ୍ୟୋପରାଗ ଜାନୁଆରି ୬, ଦ୍ୱିତୀୟ ଜୁଲାଇ୨ ଓ ତୃତୀୟ ଅଗଷ୍ଟ ୨୬ରେ ପଡ଼ିବ।

୫. ଚଳିତ ବର୍ଷ ଜୁୁଲାଇରେ ଦ୍ୱିତୀୟ ସୂର୍ଯ୍ୟୋପରାଗ ଓ ଫ୍ରେବୁଆରି ୧୫ରେ ପ୍ରଥମ ସୂର୍ଯ୍ୟୋପରାଗ ହୋଇଥିଲା।

ସମ୍ବନ୍ଧିତ ଖବର