ନିଆରା ପଦକ୍ଷେପ: କିଲେ ପ୍ଲାଷ୍ଟିକ୍‌ ବଦଳରେ କିଲେ ଚାଉଳ, ଲମ୍ବିଲା ଗ୍ରାହକଙ୍କ ଧାଡ଼ି

ହାଇଦ୍ରାବାଦ୍‌: ଆସାମରେ ଏକ ସ୍କୁଲ୍‌ ପିଲାଙ୍କଠାରୁ ସ୍କୁଲ୍‌ ଫି ବଦଳରେ ପ୍ଲାଷ୍ଟିକ୍‌, ଛିତିଶଗଡ଼ରେ ପ୍ଲାଷ୍ଟିକ୍‌ ବଦଳରେ ଖାଦ୍ୟ ମିଳିବା ପରେ ଏବେ ଚର୍ଚ୍ଚାକୁ ଆସିଛି ତେଲେଙ୍ଗାନା। ରାଜ୍ୟର ମୁଲୁଗୁ ଜିଲ୍ଲାର ଜିଲ୍ଲାପାଳ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଲୋକମାନଙ୍କୁ ଗୋଟାଏ କିଲୋ ପ୍ଲାଷ୍ଟିକ୍‌ ବଦଳରେ ଗୋଟାଏ କିଲୋ ଚାଉଳ ପ୍ରଦାନ କରାଯାଉଛି।

ଏହି ନିଆରା ପଦକ୍ଷେପ ନିଆଯିବା ପରେ ଲୋକମାନେ ପ୍ଲାଷ୍ଟିକ୍‌ ଷ୍ଟ୍ର, ଚାମଚ୍‌, ଗ୍ଲାସ୍‌ ଏବଂ ବ୍ୟାଗ୍‌ ଇତ୍ୟାଦି ଦେଇ ଚାଉଳ ପାଇଁ ଲମ୍ବା ଧାଡ଼ି ଲଗାଉଛନ୍ତି।

ଜିଲ୍ଲାକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଉଦେଶ୍ୟରେ ଜିଲ୍ଲାପାଳ ଆୟୋଜନ କରିଥିବା ଏହି ୧୦ ଦିନିଆ କାର୍ଯ୍ୟକ୍ରମରେ ଲୋକେ ନିଜର ଅଦରକାରୀ ପ୍ଲାଷ୍ଟିକ୍‌ ବଦଳରେ ଚାଉଳ ନେଇପାରିବେ।

www.thebetterindia.com

ଗଣମାଧ୍ୟମରେ ମତ ରଖି ଜିଳ୍ଲାପାଳ ସି ନାରାୟଣ ରେଡ୍ଡି ଏପରି ପଦକ୍ଷେପ ପଛର ଉଦ୍ଦେଶ୍ୟ ସଂପର୍କରେ କହିଛନ୍ତି। ପ୍ଲାଷ୍ଟିକ୍‌ ବ୍ୟାନ୍‌ କାହିଁକି ଜରୁରୀ ସେ ସଂପର୍କରେ ଲୋକଙ୍କୁ ଶିକ୍ଷା ଦେବା ପାଇଁ ଚାଉଳ ଏକ ଜରିଆ ମାତ୍ର।

ଆମ ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଥିବା ହେତୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଇବା ପାଇଁ ଜିଲ୍ଳାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ପ୍ଲାଷ୍ଟକ ମୁକ୍ତ କରିବା ଆମର କର୍ତ୍ତବ୍ୟ ବୋଲି ଜିଲ୍ଲାପାଳ ରେଡ୍ଡି କହିଛନ୍ତି।

ସମ୍ବନ୍ଧିତ ଖବର