ପୁରୁଣା ୧ ଟଙ୍କିଆ ନୋଟ୍‌ ବଦଳରେ ହୋଇପାରିବେ କୋଟିପତି!

ଯଦି ନିଜ ପାଖରେ ପୁରୁଣା ଏକ ଟଙ୍କିଆ ନୋଟ୍‌ ରହିଛି ତେବେ ରାତାରାତି ହୋଇପାରିବେ କୋଟିପତି। କାରଣ ସୋସିଆଲ ମିଡିଆରେ ଏବେ ଏପରି ଏକ ଖବର ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ ରହସ୍ୟଟି କ’ଣ?

ଇ-କମର୍ସ ୱେବସାଇଟ ‘ଇବେ’ରେ ମଣ୍ଟେକ ସିଂହ ଆଲ୍‌ହୁୱାଲିଆଙ୍କ ଦସ୍ତଖତ ଥିବା ଏକ ଟଙ୍କିଆ ନୋଟକୁ ପାଖାପାଖି ୧୧ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି। ସୂଚନା ମୁତାବକ, ଇବେ ୱେବସାଇଟରେ ବିପୁଳ ପରିମାଣର ନୋଟ୍‌ ଉପରେ ନିଲାମ ଲଗାଯାଇଥାଏ। ଯିଏ ଯେତେ ଅଧିକ ପରିମାଣରେ ଏହି ଟଙ୍କାର ନିଲାମ ଡାକିବ ତାଙ୍କୁ ଏହି ନୋଟଗୁଡିକୁ ପ୍ରଦାନ କରାଯିବ। ତେବେ ଏହିଭଳି ଭାବରେ ପାଖାପାଖି ୧ ହଜାର ଟଙ୍କାର ନୋଟ୍‌ ମଧ୍ୟ ଏହି ୱେବସାଇଟରେ ବିକ୍ରି କରାଯାଉଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହାର ବାସ୍ତବିକ ମୂଲ୍ୟ ରହିଛି ୧ କୋଟି ଟଙ୍କା। ତେବେ ବିକ୍ରି କରିବା ଲୋକଙ୍କ ଦାବି ରହିଛି କି ଏହି ନୋଟର ପ୍ରିଣ୍ଟିଂ ସମୟରେ ତା ଉପରେ କାଳି ପଡିଯାଇଥିଲା ଏବଂ ଏଥିସହ ମଧ୍ୟ ଏହାର ସିରିୟଲ ନମ୍ବର ଦୁର୍ଲଭ ଅଟେ।

‘ଇବେ’ରେ ହିଁ ୧୦୦ ଟଙ୍କାର ଦୁଇଟି ନୁଆ ନୋଟ୍‌ ୨ ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି ହେବାକୁ ଯାଉଛି। ତେବେ ଏହି ନୋଟର ବିଶେଷତା ହେଲା କି ଏହାର ସିରିୟଲ ନମ୍ବରର ଶେଷରେ ୭୮୬ ଏବଂ ୬ଟି ଶୂନ୍‌ ରହିଛି। ଖାଲି ସେତିକି ନୁହେଁ ଏଥିସହ ସେଠାରେ ବିକ୍ରି କରାଯାଉଥିବା କିଛି ନୋଟ୍‌ ଭିନ୍ନ ଶ୍ରେଣୀର ମଧ୍ୟ ଅଟେ। ଏହି ନୋଟଗୁଡିକରେ ମିସପ୍ରିଣ୍ଟ ହୋଇଥିବା ନୋଟ୍‌ ମଧ୍ୟ ସାମିଲ ରହିଛି। ଅନେକ ନୋଟରେ ସିରିୟଲ ନମ୍ବର ନାହିଁ । ତେବେ ଏଭଳି ନୋଟଗୁଡିକର ମୂଲ୍ୟ ମଧ୍ୟ ଲକ୍ଷେ ଟଙ୍କା ରହିଛ।

ତେବେ ଏଭଳି ପ୍ରକାରର ନୋଟ ଯଦି ଆପଣଙ୍କ ନିକଟରେ ରହି ଯାଇଛି ତେବେ ଆପଣ ମଧ୍ୟ ଇ-କମର୍ସ ୱେବସାଇଟ୍‌ ଇବେ ଜରିଆରେ ଘରେ ବସି ଲକ୍ଷାଧିକ ଟଙ୍କା ରୋଜଗାର କରି ପାରିବେ।

ସମ୍ବନ୍ଧିତ ଖବର