୧୦ ମାସର ଏହି ଶିଶୁର ଓଜନ ୯ ବର୍ଷିଅ ପିଲା ସହ ସମାନ!

ମେକ୍ସିକୋର ଏହି ଶିଶୁଟିକୁ ଦେଖି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ଶିଶୁଟିକୁ ମାତ୍ର ୧୦ ମାସ। ହେଲେ ତା’ର ଓଜନ ଜଣେ ୯ ବର୍ଷିଅ ପିଲା ସହ ସମାନ। ଶିଶୁଟିର ଓଜନ ଏବେ ସୁଦ୍ଧା ରହିଛି ୩୦ କିଲୋ। ଶିଶୁଟିର ଶରୀରରେ ରହିଥିବା ସମସ୍ୟା ହେତୁ ତାକୁ ସବୁବେଳେ ଭୋକ ଲାଗୁଛି। ଯେତେ ଖାଇଲେ ବି ପେଟ ପୂରୁନି। ଡାକ୍ତରମାନଙ୍କ କହିବା ଅନୁଯାୟୀ, ଏହି ପରିସ୍ଥିତିରେ ଶିଶୁମାନେ ହୃଦ୍‌ଘାତର ଶିକାର ହୋଇଥାନ୍ତି।

ଶିଶୁଟିର ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପରିବାର ଲେକ ମିଶି ଏକ ଅର୍ଥ ସଂଗ୍ରହ ଅଭିଯାନ କରିଛନ୍ତି। ଯାହାଫଳରେ ଚିିକିତ୍ସା କରି ଶିଶୁଟିକୁ ସୁସ୍ଥ କରାଯାଇପାରିବ। ଉଲ୍ଲେଖଯୋଗ୍ୟ, ଶିଶୁଟିର ଚିକିତ୍ସା ପାଇଁ ଦିଆଯାଉଥିବା ଇନ୍‌ଜେକ୍‌ସନର ଦର ଭାରତୀୟ ମୁଦ୍ରାରେ ୩୪,୬୯୧ ଟଙ୍କା।

 

ସମ୍ବନ୍ଧିତ ଖବର