ମୁମ୍ବାଇ: ଦଶ ଟଙ୍କିଆ ମୁଦ୍ରାକୁ ଏନେଇ ଏବେ ବି ଲୋକଙ୍କ ମନରେ ଭୁଲ ଧାରଣା ବସା ବାନ୍ଧି ରହିଛି। ଅନେକ ସମୟରେ ଦେଖିବା ପାଇଁ ମିଳୁଛି ଲୋକେ ୧୦ ଟଙ୍କିଆ ନେବା ପାଇଁ ମନାକରୁଛନ୍ତି। ମୋଦି ସରକାରଙ୍କ ବିମୁଦ୍ରାକରଣ ପରେ ଲୋକଙ୍କ ମନରେ ଏପରି ଏକ ଭ୍ରାନ୍ତ ଧାରଣା ତଥା ଭୟ ସୃଷ୍ଟି ହୋଇଛି। କାଳେ କେତେବେଳ ଏହି ମୁଦ୍ରା ପ୍ରଚଳନ ବନ୍ଦ ହୋଇଯିବ କିମ୍ବା ଅଚଳ ହେବା ଭୟରେ ଲୋକେ ୧୦ ଟଙ୍କିଆ ନେବା ପାଇଁ ମନା କରିଦେଉଛନ୍ତି। ବଜାରରରେ ପ୍ରଚଳିତ ୧୦ ଟଙ୍କିଆ ମୁଦ୍ରାକୁ ନେବାପାଇଁ କିଛି ଦୋକାନୀ, ଅଟୋ ଚଳାକ ତଥା କିଛି ଗ୍ରାହକ ଅମଙ୍ଗ ହେଉଥିବାର ଦେଖାଯାଉଛି। ସୀମିତ ଜ୍ଞାନ ଥିବା କିଛି ବ୍ୟକ୍ତି ଅଯଥାରେ ଏପରି ସନ୍ଦେହ ସୃଷ୍ଟି କରାଉଛନ୍ତି, ଯାହା ବିଲକୁଲ ଭିତ୍ତିହୀନ। ଯାହାଦ୍ୱାରା ମୁଦ୍ରାଗୁଡ଼ିିକ ପ୍ରଚଳନରେ ବାଧା ଉପୁଜୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୨୦୧୧ ଜୁଲାଇରୁ ରୁପି ଚିହ୍ନ ଥାଇ ମୁଦ୍ରା ପ୍ରଚଳନ ଆରମ୍ଭ ହୋଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରସାରଣ କରେ ଭାରତରେ ପ୍ରଚଳିତ ହେଉଥିବା ମୁଦ୍ରା। ତେବେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମୂଲ୍ୟମର୍ଗ ଏବଂ ଡି଼ଜାଇନର ମୁଦ୍ରା ପ୍ରସାରଣ କରାଯାଇଥାଏ। କିନ୍ତୁ ଏବେ ବଜାରରେ ଉବପବ୍ଧ ଥିବା କିଛି ଟଙ୍କାରେ ରୁପି ଚିହ୍ନ ଥିବା ବେଳେ କିଛି ମୁଦ୍ରାରେ ଏହି ଚିହ୍ନ ନାହିଁ।
ଦୁଇ ପ୍ରକାର ମୁଦ୍ରା ଦେଖିବାକୁ ମିଳିଲେ ମଧ୍ୟ ଉଭୟଙ୍କ ବୈଧତା ସମାନ ସମସ୍ତ ମୁଦ୍ରାଗୁଡିକ ସମସ୍ତ କାରବାର ନିମନ୍ତେ ଉପଯୁକ୍ତ। ତେବେ ଜନତାଙ୍କ ମନରୁ ଭ୍ରମ ଧାରଣା ଦୂର କିରବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏପରି ଗୁଜବକୁ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ବଜାରରେ ଉପଲବ୍ଧ ସମସ୍ତ ପ୍ରକାର ୧୦ ଟଙ୍କିଆ ମୁଦ୍ରାଗୁଡ଼ିକ। ବୈଧ ଓ ବିନା ଦ୍ୱିଧାରେ ଏହାକୁ ଗ୍ରହଣ କରିବା ପାଇଁ ଆରିବଆଇ କହିଛି। ଭାରତୀୟ ମୁଦ୍ରା ଅଧିନିୟମ ୨୦୧୧ ନିର୍ଦ୍ଦେଶାବଳୀ ଅନୁସାରେ ୧୦ ଟଙ୍କିଆ ଗୁଡ଼ିକୁ ଜମା ଆକାରରେ ଗ୍ରହଣ କରିବା ପାଇଁ ସମସ୍ତ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦେଇଛି ଆରବିଆଇ।