ଅସ୍ତ୍ରୋପଚାର ପାଇଁ ପଡ଼ିଶାଘର ଶିଶୁକୁ ଧରି ଆଫ୍ରିକାରୁ ଆଣି ଚେନ୍ନାଇରେ ପହଞ୍ଚିଲେ ୧୦ ବର୍ଷର ବାଳକ, ବଞ୍ଚିଗଲା ଶିଶୁ ଜୀବନ

ଆଜିକାଲି ସୋସିଆଲ୍‌ ମିଡିଆ ହେତୁ ବହୁ ଉଦାର ବ୍ୟକ୍ତିରୁ ନେଇ ଶିଶୁ ପର୍ଯ୍ୟନ୍ତ ସହଜରେ ଲୋକଲୋଚନକୁ ଆସି ପାରୁଛନ୍ତି। ସେହିଭଳି ଏକ ମହାନ କାର୍ଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି ଜଣେ ୧୦ ବର୍ଷର ଶିଶୁ। ନିଜ ହୃଦ୍‌ପିଣ୍ଡ ସର୍ଜରିର ଗୋଟାଏ ଦିନ ପରେ ୧୦ ବର୍ଷିଅ ଆଞ୍ଜେଲୋ ସିଲ୍‌ଭିଓ ଏକ ଶିଶୁକୁ ଗର୍ଭର ସହ ନିଜ ହାତରେ ଧରି ହସି ହସି କ୍ୟାମେରାକୁ ସାମ୍ନା କରିଛନ୍ତି। ଏହା ଦେଖି ଡାକ୍ତମାନେ ବି ହସିଥିଲେ।

ଘଟଣାଟି ଏପରି, ଆଫ୍ରିକାର ସିଚେଲସ୍‌ରେ ଥିବା ଏକ ହସ୍ପିଟାଲ୍‌ରେ ଆଞ୍ଜେଲୋ ଭର୍ତ୍ତି ହୋଇଥିଲେ। ସେ ନିଜର ହୃଦ୍‌ ସର୍ଜରି ପାଇଁ ସେଠାରେ ଭର୍ତ୍ତି ହୋଇଥିଲେ। ଆଞ୍ଜେଲୋଙ୍କ ପଡ଼ୋଶୀ ଘର ଏକ ପିଲା ମଧ୍ୟ ଏକ ବିରଳ ହୃଦ୍‌ରୋଗ ସହ ଜନ୍ମ ଲାଭ କଲା। ଯାହାକୁ କୁହାଯାଉଛି ଟ୍ରନ୍‌କସ୍‌ ଆର୍ଟେରିୟସ୍‌। ଏହି ରୋଗର ଲକ୍ଷଣ ହେଉଛି ହୃଦୟ ସ୍ଥାନରେ ରକ୍ତ ପେଣ୍ଡୁଳା ରହିଥିବା। ଫଳରେ ଶିଶୁଟିକୁ ସ୍ତନ୍ୟପାନ କରାଇବା ପାଇଁ କଷ୍ଟ ହେଉଥିଲା।

ଆଞ୍ଜେଲୋ ଅଧିକାଂଶ ସମୟ ସେହି ନବଜାତ ଶିଶୁଟି ପାଖରେ ବିତାଉଥିଲେ। ଯେତେବେଳେ ଆଞ୍ଜେଲୋଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ି ଗଲା ତାଙ୍କୁ ଚେନ୍ନାଇ ଆଣି ହୃଦ୍‌ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଗଲା। ମାତ୍ର ଆଞ୍ଜେଲୋ ଯିବା ପାଇଁ ମନା କରିଦେଲେ। ଯଦି ପଡ଼ିଶାଘରର ସହି ଶିଶୁଟି ତାଙ୍କ ସହ ଯାଏ ତେବେ ସେ ଯିବେ ବୋଲି କହିଲେ। ଫଳରେ ନିଜ ପୁଅକୁ ଭଲ କରିବା ପାଇଁ ଆଞ୍ଜେଲୋର ପରିବାର ଲୋକ ତାଙ୍କ ପଡ଼ୋଶୀଙ୍କ ସହ କଥା ହେଲେ।

ପଡ଼ିଶାଘର ଶିଶୁ ରିଭାନାଙ୍କ ମାଆଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ଆସିପାରିବେ ନାହିଁ ବୋଲି କହିଲେ। ଏପଟେ ତାଙ୍କ ମାଆଙ୍କର ଅନ୍ୟ ଏକ ପିଲା ଥିବାରୁ ଯେ ଯାତ୍ରା କରିପାରିବେ ନାହିଁ ବୋଲି ମନା କଲେ। ମାତ୍ର ଆଞ୍ଜେଲୋଙ୍କ ମାଆ ରିଭାନାଙ୍କ ମାଆଙ୍କୁ ବୁଝାଇସୁଝାଇ ତାଙ୍କ ଶିଶୁର ଥିବା ରୋଗର ଚିକିତ୍ସା କରାଇବା ପାଇଁ ପ୍ରତିଶ୍ରୁତି ଦେଇ ତାଙ୍କୁ ଚେନ୍ନାଇ ନେଇ ଆସିଛନ୍ତି। ଫଳରେ ସରକାରଙ୍କ ସହାୟତା କ୍ରମେ ଦୁଇ ଜଣଙ୍କର ଅସ୍ତ୍ରୋପଚାର ହୋଇଛି।

ସମ୍ବନ୍ଧିତ ଖବର