ଲକ୍ଷ୍ନୌ:ଉତ୍ତରପ୍ରଦେଶର ଲକ୍ଷ୍ନୌରେ ରହିଛି ଏକ ହଜାର ବର୍ଷର ମଙ୍କାମେଶ୍ୱର ମନ୍ଦିର। ଏହି ମନ୍ଦିର ପରିସରରେ ମୁସଲମାନ୍ମାନଙ୍କ ଲାଗି ଏକ ଇଫ୍ତାର ପାର୍ଟିର ଆୟୋଜନ କରାଯାଇଥିଲା। ଉକ୍ତ ମନ୍ଦିରର ପ୍ରଥମ ମହିଳା ମହନ୍ତ ହେଲେ ଦେବ୍ୟା ଗିରି।
ଦେବ୍ୟା ଗିରି ହିଁ ଏହି ମନ୍ଦିର ପରିସରରେ ଏକ ଇଫ୍ତାର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ପ୍ରାୟ ୫୦୦ ଲୋକ ଯୋଗ ଦେଇଥିଲେ। ମନ୍ଦିରର ଆରତୀ ସ୍ଥଳରେ ମୁସଲମାନ୍ମାନେ ଏହି ଅବସରରେ ନମାଜ୍ ମଧ୍ୟ ପାଠ କରିଥିଲେ।
ଭାରତରେ ଏହା ହେଉଛି ପ୍ରଥମ ଇଫ୍ତାର , ଯାହା ଏକ ମନ୍ଦିର ପରିସରରେ ଆୟୋଜିତ ହୋଇଛି। ଏ ସଂପର୍କରେ ମନ୍ଦିରର ମହନ୍ତ ଦେବ୍ୟା ଗିରି କହିଛନ୍ତି ଯେ ଏଭଳି ଇଫ୍ତାରର ଆୟୋଜନ ଦ୍ୱାରା ଉଭୟ ହିନ୍ଦୁ ଓ ମୁସଲମାନ୍ମାନଙ୍କ ମଧ୍ୟରେ ସଦ୍ଭାବ ବୃଦ୍ଧି ପାଇବ। ପୂର୍ବରୁ ମୁସଲମାନମାନେ ‘କନ୍ୟା ପୂଜନ’ ଓ ବଡା ମଙ୍ଗଲ ଭଳି କାର୍ଯ୍ୟକ୍ରମ ର ଆୟୋଜନ ଏହି ମନ୍ଦିର ପରିସରରେ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମଙ୍କାମେଶ୍ୱର ମନ୍ଦିର ପରିସରରେ ଆୟୋଜିତ ଇଫ୍ତାର ଭୋଜିରେ ଉଭୟ ସିଆ ଓ ସୁନି ସଂପ୍ରଦାୟର ଇମାମ୍ ମଧ୍ୟ ଉପସ୍ଥିତ ଥିଲେ ବୋଲି ଜଣାଯାଇଛି।
ଏହି ଇଫତାର ଭୋଜିରେ କଫି, ବ୍ରେଡ କଟ୍ଲେଟ, କଦଳୀ, ପିଆଜ ଓ ଆଳୁୁ କଟଲେଟ୍ , ମିଠା, ଫ୍ରାଏଡ୍ ରାଇସ୍ ଓ ଫଳ ଆଦି ଦ୍ୱାରା ଲୋକଙ୍କୁ ଆପ୍ୟାୟିତ କରାଯାଇଥିଲା।