ଜୀବନ ମନ୍ତ୍ର ଦେଲେ ୧୦୯ ବର୍ଷ ବୟସ୍କା ବୃଦ୍ଧା, ପୁରୁଷମାନଙ୍କଠାରୁ ଦୂରତ୍ୱ ରଖିବା ହିଁ ଦୀର୍ଘ ଜୀବନର ରହସ୍ୟ

ଦୀର୍ଘାୟୁ ହେବା ଆଜିକାଲି ଏକ ପ୍ରକାରର ସ୍ୱପ୍ନ ହୋଇଗଲାଣି। କୌଣସି ପ୍ରକାର ରୋଗବେମାରରେ ହେଉ କିମ୍ବା ପ୍ରକୃତିକ ପ୍ରକ୍ରିୟାରେ ହେଉ ଜୀବନ ଯିବା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ଅତି ବେଶିରେ ନିଜକୁ ୮୦ ବର୍ଷ ପର୍ଯ୍ୟନ୍ତ ବଞ୍ଚାଇ ରଖିବା ଆଜିକାଲି ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ହୋଇଗଲାଣି। ମାତ୍ର ସ୍କଟ୍‌ଲ୍ୟାଣ୍ଡ୍‌ର ୧୦୯ ବର୍ଷୀୟା ବୃଦ୍ଧା ଜେସି ଗାଲାନ ଦେଶର ସବୁଠାରୁ ବୟସ୍କା ମହିଳା ଭାବେ ରେକର୍ଡ ସୃଷ୍ଟି କରିଥିଲେ।

ଜେସିଙ୍କ ସୁସ୍ଥ ଓ ଦୀର୍ଘ ଜୀବନର ରହସ୍ୟ ସଂପର୍କରେ ଏକ ସାକ୍ଷାତକାରରେ ପଚରାଯାଇଥିଲା। ଜେସି ନିଜର ଯାହା ମତାମତ ରଖିଛନ୍ତି ତାହା ନିଶ୍ଚୟ ଆଶ୍ଚର୍ଯ୍ୟଜନକ। ସେ କହିଛନ୍ତି କି ସୁସ୍ଥ ଜୀବନ ପାଇଁ ସକାଳ ଜଳଖିଆ ଯେପରି ଜରୁରୀ ଦୀର୍ଘ ଆୟୁ ପାଇଁ ପୁରୁଷମାନଙ୍କଠାରୁ ଦୂରତା ରଖିବା ସେହିପରି ଜରୁରୀ। ବାସ୍ତବ କଥା ହେଲା ମହିଳାମାନେ ତାଙ୍କ ଜୀବନରେ ପୁରୁଷମାନଙ୍କୁ ଯେତିକି ପ୍ରାଧାନ୍ୟ ଦେଇଥାନ୍ତି ସେମାନେ ସେତିକି ମୂଲ୍ୟବାନ ହୋଇନଥାନ୍ତି। ଅଯଥାରେ ଚିନ୍ତାର କାରଣ ପାଲଟିଥାଆନ୍ତି ପୁରୁଷ। ତେଣୁ ବୁଦ୍ଧିମତୀ ମହିଳାମାନେ ନିଜକୁ ପୁରୁଷଙ୍କଠାରୁ ଦୂରେଇ ରଖନ୍ତୁ ଏବଂ ପୁରୁଷଙ୍କୁ ନିଜଠାରୁ।

ଏହି ୧୦୯ ବର୍ଷୀୟା ବୃଦ୍ଧା ସାରା ଜୀବନ ସ୍ୱାଧୀନ ଭାବେ କାଟିଛନ୍ତି। ସେ କାହାକୁ ବିବାହ କରିନାହାନ୍ତି। ସେ ପିଲାଦିନରୁ ହିଁ କଠିନ ପରିଶ୍ରମକୁ ନିଜର ବ୍ରତ ବୋଲି ଭାବିଛନ୍ତି। ୧୩ ବର୍ଷ ବୟସରୁ ଜେସି ନିଜ ଘର ଛାଡ଼ିଛନ୍ତି। ଦୁଃଖର କଥା ହେଉଛି ଜେସି ଦେଇଥିବା ଏହି ସାକ୍ଷାତକାରର କିଛି ଦିନ ଭିତରେ ହିଁ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର