ମହିଳାଙ୍କ ପେଟରୁ ବାହାରିଲା ୬୦କିଲୋ ଓଜନର ଟ୍ୟୁମର, ୧୨ଜଣ ଡାକ୍ତର କରିଥିଲେ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଆମେରିକାରେ ଜଣେ ମହିଳାଙ୍କ ପେଟରୁ ୬୦କିଲୋ ଓଜନର ଟ୍ୟୁମର ବାହାରିଛି। ୩୮ବର୍ଷର ମହିଳା ପେଟର ଅସ୍ତ୍ରୋପଚାର ୧୨ଜଣିଆ ଡାକ୍ତରୀ ଟିମ୍‌ ୫ଘଣ୍ଟା ଧରି କରିଥିଲେ। ଅସ୍ତ୍ରୋପଚାର ପରେ ଗର୍ଭାଶୟରୁ ଏହି ବିଶାଳ ଟ୍ୟୁମରକୁ ବାହାର କରିବାରେ ଡାକ୍ତର ସଫଳ ହୋଇଥିଲେ।

ରିପୋର୍ଟ ମୁତାବକ, ଆମେରିକା କନେକ୍ଟିକଟରେ ଡାକ୍ତରୀ ଟିମ୍‌ ୩୮ବର୍ଷୀୟ ମହିଳାଙ୍କ ପେଟର ଅସ୍ତ୍ରୋପଚାର କରି ୬୦କିଲୋଗ୍ରାମ ଓଜନର ଏକ ଟ୍ୟୁମର ବାହାର କରିଛନ୍ତି। ଏହି ଟ୍ୟୁମରଟି ମହିଳାଙ୍କ ବାମପଟ ଅଣ୍ଡକୋଷରେ ଥିଲା। ଟ୍ୟୁମରଟି ପ୍ରତି ସପ୍ତାହରେ ୪କିଲୋ ଓଜନ ବୃଦ୍ଧି ପାଉଥିଲା। ଏହି ଟ୍ୟୁମର କାରଣୁ ମହିଳା ଦୁର୍ବଳ ହେବା ସହିତ ପେଟ ବଢ଼ିବଢ଼ି ଚାଲିଥିଲା। ଚଲାବୁଲା କରିବାରେ ମହିଳାଙ୍କୁ ବହୁ ଅସୁବିଧା ହେଉଥିଲା, ହୁଇଲ ଚେୟାର ମାଧ୍ୟମରେ ମହିଳା ଯିବା ଆସିବା କରୁଥିଲେ। ମହିଳା ଡାକ୍ତରଙ୍କ ସହିତ ସମ୍ପର୍କ କରିବା ପରେ ଫେବ୍ରୁଆରି ୧୪ରେ ତାଙ୍କ ଟ୍ୟୁମରର ୫ଘଣ୍ଟା ଧରି ସଫଳ ଅସ୍ତ୍ରୋପଚାର କରାଯାଇଥିଲା।

ଡାକ୍ତରଙ୍କ କହିବାନୁସାରେ, ମହିଳା ନଭେମ୍ବର ୨୦୧୭ରେ ତାଙ୍କ ପାଖକୁ ଆସିଥିଲେ। ମହିଳାମାନଙ୍କ ଗର୍ଭାଶୟରେ ହେଉଥିବା ଟ୍ୟୁମର ବଡ ହିଁ ହୋଇଥାଏ। କିନ୍ତୁ ଏହା ସାମାନ୍ୟଠାରୁ ଯଥେଷ୍ଟ ବଡ଼ ଥିଲା। ଟ୍ୟୁମର କାରଣରୁ ମହିଳାଙ୍କ ପାଚନ କ୍ରିୟା ମଧ୍ୟ ବ୍ଲକ୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର