ଫିଲିପାଇନ୍ସ ରାଷ୍ଟ୍ରପତି ମଞ୍ଚ ଉପରେ ଯୁବତୀଙ୍କୁ ଦେଲେ ଚୁମ୍ବନ, ପରେ ଦର୍ଶକଙ୍କୁ କହିଲେ ଏପରି କଥା….

ନୂଆଦିଲ୍ଲୀ: ଦକ୍ଷିଣ କୋରିୟା ରାଜଧାନୀ ସିଓଲରେ ନିଜ ଦେଶର ନାଗରିକଙ୍କ  ସହିତ ଏକ ବୈଠକ ସମୟରେ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ ଜଣେ  ଯୁବତୀଙ୍କୁ ମଞ୍ଚ ଉପରେ ଚୁମ୍ବନ ଦେଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସଭା ଶେଷ ହେବ ପୂର୍ବରୁ ରାଷ୍ଟ୍ରପତି ସେଠାରେ ଥିବା ଜଣେ ଯୁବତୀଙ୍କୁ ପୁସ୍ତକ ଉପହାର ଦେବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହି ପୁସ୍ତକର ଶୀର୍ଷକ ଅଲଟର ଅଫ ସିକ୍ରେଟସ୍‌, ସେକ୍ସ, ପଲିଟିକ୍ସ ଓ ଆଣ୍ଡ ମନି ଇନ୍‌ କେଥୋଲିକ୍‌ ଚର୍ଚ ଥିଲା।

ଯୁବତୀ ଯେତେବେଳେ ମଞ୍ଚ ଉପରେ ପହଞ୍ଚିଥିଲେ, ଫିଲିପାଇନ୍ସ ରାଷ୍ଟ୍ରପତି ଯୁବତୀଙ୍କୁ କହିଲେ ତୁମେ ମୋତେ ଚୁମ୍ବନ ଦେବ? ଯୁବତୀ ମଞ୍ଚରୁ ପୁସ୍ତକ ନେବା ପରେ ରାଷ୍ଟ୍ରପତିଙ୍କୁ ଚୁମ୍ବନ ଦେଇଥିଲେ। ଏହାପରେ ସଭାଗୃହରେ ଥିବା ଲୋକମାନଙ୍କୁ ଏହାକୁ ଗମ୍ଭୀରତା ସହ ନେବାକୁ ମନା କରିଥିଲେ ରାଷ୍ଟ୍ରପତି। ଏହା କେବଳ ଲୋକମାନଙ୍କ ମନୋରଞ୍ଜନ ପାଇଁ ଥିଲା ବୋଲି କହିଥିଲେ। ରାଷ୍ଟ୍ରପତିଙ୍କ ଏହି ଚୁମ୍ବନ ପରେ ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।


ସମ୍ବନ୍ଧିତ ଖବର