ଗୁଡ଼ ମର୍ଣ୍ଣିଂ ମେସେଜରେ ଲାଗିବ ୧୮ ପ୍ରତିଶତ ଜିଏସଟି ! ଆସନ୍ତୁ ଜାଣିବା ଏହାର ସତ୍ୟତା 

ଗୁଡ଼ ମର୍ଣ୍ଣିଂ ମେସେଜରେ ଲାଗିବ ୧୮ ପ୍ରତିଶତ ଜିଏସଟି ! ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ସୋସିଆଲ ମିଡିଆରେ ଏଭଳି ଏକ ଭାଇରାଲ ଭିଡିଓ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଏକ ଖବର କାଗଜର କଟିଂ ଭାଇରାଲ ହୋଇଛି। ଯେଉଁଥିରେ ଲେଖା ହେଇଛି କି, ଏପ୍ରିଲ ଠାରୁ ଗୁଡ ମର୍ଣ୍ଣିଂ ମେସେଜ ପଠାଇବା ଦ୍ୱାରା ୧୮ ପ୍ରତିଶତ ଜିଏସଟି ଲାଗିବ। ତେବେ ମେସେଜ ଲୋକଙ୍କୁ ବିଭ୍ରାନ୍ତ କରୁଛି। ଲୋକମାନେ ଫେସବୁକଠାରୁ ଆରମ୍ଭ କରି ହ୍‌ୱାଟସଆପ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କମେଂଟ ଦେଉଛନ୍ତି। ଏଭଳି ସ୍ଥିତିରେ ଆଜି ଆମେ ଆପଣଙ୍କୁ ମେସେଜ ବିଷୟରେ ସ୍ପଷ୍ଟ ସୂଚନା ଦେଉଛୁ।

ଖବର ମୁତାବକ ୧ ଏପ୍ରିଲ ଠାରୁ ଯିଏ ଗୁଡ ମର୍ଣ୍ଣିଂ ମେସେଜ ପଠାଇବ ସରକାର ତାଙ୍କ ଉପରେ ଟ୍ୟାକ୍ସ ଲଗାଇବେ। ମୋବାଇଲ ସଂଚାର ମନ୍ତ୍ରାଳୟ ମୁଖ୍ୟ ସଚିବ ଲେଖପାଲଙ୍କ ଅନୁସାରେ, ଆପଣ ଯେମିତି ବି ଗୁଡ ମର୍ଣ୍ଣିଂ ମେସେଜ ପଠାଇବେ, ହ୍‌ୱାଟସଆପ ମେସେଜଂର ଏହାର ହିସାବ ରଖିବ। ଏଭଳି ମେସେଜରେ ୧୮ ପ୍ରତିଶତ ଜିଏସଟି ଲଗାଇବାର ନିଷ୍ପତ୍ତି ନିଆଯାଇଛି, ଯାହାକି ମାସର ଶେଷ ଦିନରେ ବିଲ ତିଆରି ହେବ ଏବଂ ମୋବାଇଲ ବିଲ ସହିତ ଏହାର ପେମେଣ୍ଟ କରିବାକୁ ପଡିବ।

ଖବର କାଗଜ କଟିଂରେ ଜିଏସଟି ଲାଗୁ ହେବା କାରଣ ଦିଆଯାଇଛି। ଲେଖାଯାଇଛି କି, ସରକାରଙ୍କ ଏହି ନିଷ୍ପତି ସେହି ରିପୋର୍ଟ ସାମ୍ନାକୁ ଆସିବା ପରେ ନିଆଯାଇଛି। ଯାହା ଅନୁସାରେ ସକାଳୁ ସକାଳୁ ଲକ୍ଷ ଲକ୍ଷ ଲୋକ ଗୁଡ ମର୍ଣ୍ଣିଂ ମେସେଜ ପଠାଇବା କାରଣରୁ ହିଁ ଇଂଟରନେଟ ମନ୍ଥର ହୋଇ ଯାଉଛି । ଭାରତ ବିଶ୍ୱର ପ୍ରଥମ ଏଭଳି ଦେଶ ଯେଉଁଠାରେ ଇଣ୍ଟରନେଟ ସହିତ ଏଭଳି ସମସ୍ୟା ହେଉଛି। ଏଭଳି ସ୍ଥିତିରେ ଟ୍ୟାକ୍ସ ଲଗାଇବା ଦ୍ୱାରା ଗୁଡ ମର୍ଣ୍ଣିଂ ମେସେଜ ପଠାଇବା କମିଯିବ ଓ ଇଂଟରନେଟର ସ୍ପିଡ ସୁଧୁରିଯିବ। ଯଦି ଏହା ପରେ ବି ସ୍ଥିତିରେ କିଛି ସୁଧାର ନ ଆସୁଛି, ତେବେ ଗୁଡ ମର୍ଣ୍ଣିଂ ମେସେଜ ରିସିଭ କରୁଥିବା ଲୋକଙ୍କୁ ମଧ୍ୟ ଟ୍ୟାକ୍ସ ଦେବାକୁ ପଡିବ।

ସତ୍ୟତା କ’ଣ ରହିଛି ?

ତେବେ ଖବର କାଗଜ କଟିଂରେ ଖବର ବ୍ୟତୀତ ଖବର କାଗଜରେ ତାରିଖ ଓ ନାମ ଲେଖା ହୋଇନାହିଁ। କିନ୍ତୁ ଖବର କାଗଜରେ କାମ କରୁଥିବା ଲୋକଙ୍କୁ ଜଣା ଥାଏ କି, ଖବର କାଗଜର ଏକ ଖାସ୍‌ ଲେଖା ଓ ଲେ ଆଉଟ ରହିଥାଏ। ବାସ ଏଠାରୁୁ ହିଁ ଏହି ଖବର କାଗଜ ବାବଦରେ ଅନ୍ଦାଜା ଆସିଲା। ଏଭଳି ଖବର ନବ ଭାରତ ଟାଇମ୍‌ସ ଅର୍ଥାତ ଏନବିଟି ଖବରକାଗଜର। ଏନବିଟିର ୨ ମାର୍ଚ୍ଚର ଦିଲ୍ଲୀ ପ୍ରକାଶନରେ ଏହି ଖବର ସବୁଠୁ ଉପରେ ଥିଲା। ଯାହା ହ୍‌ୱାଟସଆପରୁ ଆରମ୍ଭ କରି ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ଖବରକାଗଜର ନିମ୍ନ ଭାଗରେ ଲେଖା ଯାଇଥିଲା କି ବୁରା ନା ମାନୋ ହୋଲି ହେ। ହୋଲି ଅବସରରେ ମଜାକରେ ଖବର ଛପା ଯାଇଥିଲା। ତା’ମାନେ ଏହି ଖବରରେ କିଛି ସତ୍ୟତା ନାହିଁ। ଭାଇରାଲ ହେଉଥିବା ଖବର ସଂପୂର୍ଣ୍ଣ ମିଥ୍ୟା।

ସମ୍ବନ୍ଧିତ ଖବର