ଦୁଇ ପରିବାର ପାଇଁ ଦେବଦୂତ ସାଜିଲେ ୧୯ବର୍ଷୀୟ ଯୁବକ, କ୍ରେନ୍‌ ସାହାଯ୍ୟରେ ଜଳୁଥିବା ଘରୁ ୧୪ଜଣଙ୍କୁ ଉଦ୍ଧାର କଲେ

ନୂଆଦିଲ୍ଲୀ : ଚୀନ୍‌ର ଫୁସୁନ ସହରରେ ନିଆଁ ଲାଗିଥିବା କୋଠା ଘରୁ ଜଣେ ୧୯ବର୍ଷୀୟ ଯୁବକ ୧୪ଜଣଙ୍କୁ ସୁରକ୍ଷିତ ବାହାର କରିଥିବା ଜଣା ପଡ଼ିଛି । ନିଜର ଉପସ୍ଥିତ ବୁଦ୍ଧି ପାଇଁ ୧୪ଜଣଙ୍କ ଜୀବନ ବଞ୍ଚି ଯାଇଥିବାରୁ ଲୋକେ ଯୁବକଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

Fox News

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ୭ମହଲା କୋଠା ତଳେ ଥିବା ଏକ ଦୋକାନରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିଆଁ ଉପର ମହଲାକୁ ମାଡ଼ିଯିବା ଖବର ପାଇ ଅଧାରୁ ଅଧିକ ଲୋକେ ତଳକୁ ଚାଲି ଆସିଥିଲେ । କିନ୍ତୁ ତୃତୀୟ ମହଲାରେ ରହୁଥିବା ଦୁଇ ପରିବାର ଚାହିଁବି ତଳକୁ ଆସି ପାରି ନଥିଲେ । ସିଡ଼ିରେ ଧୂଆଁ ଭରିଯିବାରୁ କିଛି ଦେଖା ଯାଇନଥିଲା । ଫଳରେ ଲୋକେ ବାଲକୋନିକୁ ଯାଇ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ଲୋକଙ୍କ ଚିତ୍କାର ଶୁଣି ୩୦୦ମିଟର ଦୂରରେ କ୍ରେନ୍‌ ସାହାଯ୍ୟରେ କାମ କରୁଥିବା ୧୯ବର୍ଷୀୟ ଯୁବକ ତୁରନ୍ତ କ୍ରେନ୍‌ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ସେ କ୍ରେନ୍‌ ସାହାଯ୍ୟରେ ଫସି ରହିଥିବା ୧୪ଜଣଙ୍କୁ ସୁରକ୍ଷିତ ବାହାରକୁ ଆଣିଥିଲେ ।

ସମ୍ବନ୍ଧିତ ଖବର