କୁକୁରକୁ ଗିଳି ଦେଇଥିବା ୨୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ଗୁରୁଗ୍ରାମ: ବୁଧବାର ଦିନ ଫରିଦାବାଦଓ ଗୁରୁଗ୍ରାମ ବନପ୍ରାଣୀ ବିଭାଗ ମିଳିତ ଆନୁକୁଲ୍ୟରେ ପାଲ୍‌ଓ୍ଵାଲ ଜିଲ୍ଲାର ଗ୍ରାମରୁ କୁକୁରକୁ ଗିଳିଥିବା ୨୦ ଫୁଟ୍‌ ଲମ୍ବର ଅଜଗରକୁ ଉଦ୍ଧାର କରିଛନ୍ତି। ଏହି ଗ୍ରାମଟି ଗୁରୁଗ୍ରାମ ସହରଠାରୁ ପ୍ରାୟ ୧୦୨ କି.ମି. ଦୂରରେ ଅବସ୍ଥିତ। ମାଈ ଅଜଗର ବୋଲି ପରୀକ୍ଷା କରିବା ପାଇଁ ତାକୁ ପରୀକ୍ଷାଗାରରେ ରଖା ଯାଇଛି।

ସୂଚନାଯୋଗ୍ୟ, ଗ୍ରାମବାସୀ ରଖିଥିବା ଗୃହପାଳିତ ପଶୁମାନେ ଏକ ଅଦ୍ଭୁତ ପ୍ରକାର ଚିତ୍କାର କରିଥିଲେ। କାହିଁକି ପଶୁମାନେ ଏଭଳି ଚିତ୍କାର କରୁଛନ୍ତି ଭାବି ନିଜ ପ୍ରାଗଣରେ ଥିବା ଗୃହ ପାଳିତ ପଶୁମାନଙ୍କୁ ଦେଖିବାକୁ ଯାଇଥିଲେ। ଏହି ସମୟରେ ସାପଟି ୫ ବର୍ଷର ପେଷା କୁକୁରକୁ ଗିଳୁଥିବାର ଦେଖିବାକୁ ପାଇଥିଲେ।  କୁକୁର ମାଲିକ ତୁରନ୍ତ ତା’ପାଟିରୁ କୁକୁରକୁ  ରକ୍ଷା କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ସାପଟି ପୁରା ଗିଳି ଦେଇଥିଲା। ସେ ପାଟି କରି ଅନ୍ୟମାନଙ୍କୁ ଡକାଇଥିଲେ। ସେତେ ବେଳକୁ କୁକୁରଟି ପେଟ ଭିତରକୁ ଚାଲିଯାଇଥିଲା। ସ୍ଥାନୀୟ ପୁଲିସ ଖବର ପାଇ ସାପ ଥିବା ନେଇ ସାପ ଧରାଳୀ ବିନୋଦ କୁମାରଙ୍କୁ ଖବର ଦେଇଥିଲା। ବିନୋଦ କୁମାର ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ। ଚଳିତ ବର୍ଷ ଅଜଗର ଏଭଳି ଗ୍ରାମ ଭିତରକୁ ପଶି ଆସି ତିନିଟି ପଶୁ ଶିକାର କରିଥିବା କଥା ବିନୋଦ କୁମାର ଗଣମାଧ୍ୟମକୁ ଜଣାଇଛନ୍ତି।

 

ସମ୍ବନ୍ଧିତ ଖବର