ଘର ଭିତରୁ ଗୋଟେ ପରେ ଗୋଟେ ବାହାରିଲା ୨୦୦ଟି ନାଗ ସାପ, କାନ୍ଥ ଭାଙ୍ଗିବା ପରେ ଭିତର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଉଦ୍ଧାରକାରୀ ଟିମ୍‌

ନୂଆଦିଲ୍ଲୀ : ନାଗ ସାପର ନାଁ ଶୁଣିବା ମାତ୍ରେ ଲୋକମାନଙ୍କ ମନରେ ଛନକା ପଶି ଯାଇଥାଏ । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ଘରୁ ଗୋଟେ କି ଦୁଇଟା ନୁହେଁ ବରଂ ୨୦୦ଟି ନାଗ ସାପ ବାହାରେ, ତେବେ ଆପଣ କ’ଣ କରିବେ? ଏଭଳି କଥା ଶୁଣିବାରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଛତିଶଗଡ଼ର ଦୁର୍ଗା ପାଟନରେ ଏଭଳି ଘଟଣା ଅସଲରେ ଘଟିଛି । କିଛି ବୁଝିବା ପୂର୍ବରୁ ଚିନ୍ତାରାମ ଚନ୍ଦ୍ରାକରଙ୍କ ଘରକୁ ୨୦୦ଟି ନାଗ ସାପ କବ୍‌ଜା କରି ନେଇଥିଲେ । ଯାହାଦ୍ୱାରା ଚିନ୍ତାରାମଙ୍କ ପରିବାରକୁ ପଡ଼ୋଶୀଙ୍କ ଘରେ ରାତି ବିତାଇବାକୁ ପଡ଼ିଥିଲା ।

oneindia.com

ଚିନ୍ତାରାମଙ୍କ ଅନୁଯାୟୀ, ପ୍ରଥମେ ମୁଁ ଗୋଟେ ନାଗ ସାପ ଦେଖି ବର୍ଷା ପାଇଁ ସାପଟି ଘରକୁ ପଶି ଆସିଥିବ ବୋଲି ଭାବିଥିଲି । କିନ୍ତୁ କିଛି ସମୟ ପରେ ପୁଣି ସେଠାରୁ ଆଉ ଏକ ସାପ ବାହାରିଥିଲା । କିଛି ବୁଝିବା ପୂର୍ବରୁ ଗୋଟେ ପରେ ଗୋଟେ ନାଗ ସାପ ବାହାରିବାକୁ ଲାଗିଥିଲେ । ଯାହା ପରେ ମୁଁ ମୋ ପରିବାର ସମେତ ଘର ବାହାରକୁ ଚାଲି ଆସିଥିଲି । ଗୋଟେ ରାତି ପଡ଼ୋଶୀଙ୍କ ଘରେ ବିତାଇବା ପରେ ପରଦିନ ଛତିଶଗଡ଼ରେ ସାପ ଧରିବାର କାମ କରୁଥିବା ନୋବା ନେଚର େଓ୍ଵଲଫେୟାର ସୋସାଇଟିକୁ ଖବର ଦେଇଥିଲି । ନୋବା ନେଚର େଓ୍ଵଲଫେୟାର ସୋସାଇଟିର ଟିମ୍‌ ପହଞ୍ଚି ସାପ ବାହାରୁଥିବା କାନ୍ଥକୁ ଭାଙ୍ଗିଥିଲେ । କାନ୍ଥ ଭାଙ୍ଗିବା ପରେ ଭିତରୁ ୨୦୦ଟି ନାଗସାପ ବାହାରିଥିଲା । ଜୁଲାଇ ୧୧ରେ ଏଭଳି ଘଟଣା ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ୨୦୦ଟି ସାପ ସହ ସାପର ଅଣ୍ଡାକୁ ବାହାର କରିବାରେ ସଫଳ ହୋଇଛି ଟିମ୍‌ । ଏବେ ମଧ୍ୟ ସାପ ବାହାର କରିବା ଅଭିଯାନ ଜାରି ରହିଛି ।

ସମ୍ବନ୍ଧିତ ଖବର