ବର୍ଷକ ମଧ୍ୟରେ ରୁଜୁ ହୋଇଥିବା ଲକ୍ଷାଧିକ ଶିଶୁ ଯୌନ ନିର୍ଯାତନା ମାମଲାରୁ ମାତ୍ର ୨୨୯ଟିର ଶୁଣାଣି ହୋଇଛି

ନୂଆଦିଲ୍ଲୀ : ଦିନକୁ ଦିନ ଶିଶୁମାନଙ୍କ ଉପରେ ଯୌନ ନିର୍ଯାତନା ବଢ଼ି ଚାଲିଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ନିରାକରଣ ଲାଗି କୌଣସି ସଠିକ୍‌ ସମାଧାନର ବାଟ ବାହାର କରାଯାଇ ପାରିନାହିଁା କେତେବେଳେ ୩ ବର୍ଷ ତ କେତେବେଳ ୯ବର୍ଷର ଶିଶୁ ଯୌନ ନିର୍ଯାତନାର ଶିକାର ହେଉଛନ୍ତି । ଗତ ବର୍ଷ ଏ ନେଇ ଏକ ସର୍ଭେ କରାଯାଇଥିବା ବେଳେ ଏକ ଲକ୍ଷରୁ ଅଧିକ ଶିଶୁ ଯୌନ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ବୋଲି ଜଣା ପଡ଼ିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଏକ ଲକ୍ଷ ଶିଶୁଙ୍କୁ ଯୌନ ନିର୍ଯାତନାର ଶିକାର ନେଇ ମାମଲା ରୁଜୁ ହୋଇଥିବା ବେଳେ ସେଥି ମଧ୍ୟରୁ କେବଳ ମାତ୍ର ୨୨୯ଟି ମାମଲାର ସମାଧାନ ହୋଇଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ।

indiatimes.com

ଏହି ଅପରାଧ ରୋକିବା ଲାଗି ସ୍ୱତନ୍ତ୍ର ଆଇନ୍‌ ପ୍ରଣୟନ ହୋଇ ମଧ୍ୟ ଶିଶୁମାନଙ୍କୁ ନ୍ୟାୟ ଠିକ୍‌ ସମୟରେ ମିଳି ପାରୁ ନାହିଁ । ମୁଖ୍ୟ ବିଚାରପତି ଦୀପକ ମିଶ୍ର ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ପୋସ୍କୋ ଆକ୍ଟ ଅନୁଯାୟୀ ରୁଜୁ କରାଯାଇଥିବା ଶିଶୁ ଯୌନ ନିର୍ଯାତନା ମାମଲା ବିଷୟରେ ସୂଚନା ଦେବା ପାଇଁ କହିଥିଲେ । ଏହା ପରେ ଏ ନେଇ ଏକ ସର୍ଭେ କରାଯାଇଥିଲା। ସର୍ଭେରୁ ଜଣାଯାଇଛି, ଏ ପର୍ଯ୍ୟନ୍ତ ରୁଜୁ ହୋଇଥିବା ୧,୦୧,୩୨୬ ମାମଲାରୁ ମାତ୍ର ୨୨୯ଟି ମାମଲାର ଶୁଣାଣି କରାଯାଇଛି। ଏହା ଅତ୍ୟନ୍ତ ନିନ୍ଦନୀୟ । ପୋସ୍କୋ ଆକ୍ଟ ଅନୁଯାୟୀ, ଚାର୍ଜସିଟ୍‌ ଦାଖଲ ହେବାର ଗୋଟେ ବର୍ଷ ମଧ୍ୟରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲାର ଶୁଣାଣି କରାଯାଇଥାଏ । କିନ୍ତୁ ଏଠି ବର୍ଷ ବର୍ଷ ଧରି ମାମଲାର ସମାଧାନ ହେଉ ନ ଥିବାରୁ ନିର୍ଯ୍ୟାତନାର ଶିକାର ହୋଇଥିବା ପିଲାମାନେ ଠିକ୍‌ ସମୟରେ ନ୍ୟାୟ ପାଇ ପାରୁ ନାହାନ୍ତି ।

ସମ୍ବନ୍ଧିତ ଖବର