ଯୁବକଙ୍କ ମୁଣ୍ଡରେ ଏପଟେ ପଶି ସେପଟେ ବାହାରି ପଡ଼ିଥିଲା ଲୁହାରଡ, ହୋସକୁ ଆସିବା ପରେ କହିଲେ ପୂରା କାହାଣୀ

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ୨୧ବର୍ଷର ଯୁବକଙ୍କ ମୁଣ୍ଡରେ ଏକ ଲୁହା ରଡ ପଶି ଯିବା ସତ୍ତ୍ୱେ ବି ଯୁବକଙ୍କ ଜୀବନ ବର୍ତ୍ତି ଯାଇଥିଲା। ସେ ଏଭଳି ଅବସ୍ଥାରେ ବି ବାଲାଘାଟରୁ ନାଗପୁର ପର୍ଯ୍ୟନ୍ତ ଯାତ୍ରା କରି ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ପହଞ୍ଚିଥିଲେ। ସେହିଦିନ ହିଁ ଡାକ୍ତର ଉକ୍ତ ଯୁବକଙ୍କ ଅସ୍ତ୍ରୋପଚାର କରି ମୁଣ୍ଡରୁ ଲୁହାରଡକୁ ବାହାର କରିଥିଲେ।

IndiaMART

ପୀଡିତଙ୍କ ନାମ ସଞ୍ଜୟ ବାହେ। ଦିନ ମଜୁରିଆ ଭାବେ କାମ କରି ସଞ୍ଚୟ କରିଥିବା ଅର୍ଥରୁ ଘରେ କୂଅ ଖୋଳୁଥିଲେ ସେ । ସଞ୍ଜୟ ଜଣେ କୃଷକ ପରିବାରରେ ବସବାସ କରନ୍ତି। ସଞ୍ଜୟଙ୍କ କହିବାନୁସାରେ, କୂଅର ତଳ ଭାଗର କାମ ଶେଷ ହୋଇଯାଇଥିଲା। କିନ୍ତୁ ଲୁହାରଡଗୁଡ଼ିକୁ ବାହାର କରିବା କାମ ବାକିଥିଲା। ତେବେ ସେ ଯେଉଁ ଷ୍ଟାଣ୍ଡରେ ବସିଥିଲେ, ତାହା ଆକସ୍ମିକ ଭାବେ ଭାଙ୍ଗି ଯାଇଥିଲା ଓ ସେ ଲୁହା ରଡ ଉପରେ ପଡ଼ି ଯାଇଥିଲେ। ଫଳରେ ଏକ ଲୁହା ରଡ ତାଙ୍କ ମୁଣ୍ଡର ଏପଟେ ପଶି ସେପଟେ ବାହାରି ଯାଇଥିବା ବେଳେ ଆଉ ଏକ ଲୁହା ରଡ ତାଙ୍କ ହାତରେ ପଶି ଯାଇଥିଲା।

ସଞ୍ଚୟଙ୍କ ମୁଣ୍ଡର ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ କହିବାନୁସାରେ, ସଞ୍ଜୟଙ୍କ ଅବସ୍ଥା ଏବେ ସ୍ଥିର ଅଛି, କିନ୍ତୁ ମୁଣ୍ଡରେ ଯେଉଁ ଟିସୁଗୁଡ଼ିକ ଉପରେ ପ୍ରଭାବ ପଡ଼ିଛି, ସେହି କାରଣରୁ ଭବିଷ୍ୟତରେ ସଞ୍ଜୟ ଚିଡିଚିଡା ସ୍ୱଭାବର ହୋଇ ପାରନ୍ତି।

ସମ୍ବନ୍ଧିତ ଖବର