ପ୍ରଦୂଷଣ ରାକ୍ଷସ କବଳରୁ ଦିଲ୍ଲୀର ରାସ୍ତାକଡ଼ରେ ଜୀବନ ବିତାଉଥିବା ଶିଶୁଙ୍କୁ ବଞ୍ଚାଉଛନ୍ତି ଏହି ଯୁବକ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଧୀରେ ଧୀରେ ବଢ଼ିବାକୁ ଲାଗିଥିବା ବେଳେ ଲୋକେ ବାହାରକୁ ବାହରିବା ବନ୍ଦ କରୁଛନ୍ତି । ନିଶ୍ୱାସ ନେବାକୁ ଅସୁବିଧା ହେଇଥିବାରୁ ସବୁ ସ୍କୁଲ ଏବଂ କଲେଜ ବନ୍ଦ ହେବାରେ ଲାଗିଛି । ଲୋକମାନେ ନିଜ ଘରେ ଏୟାର ପ୍ୟୁରିଫାୟର ଲଗାଇବା ସହିତ ମୁହଁରେ ମାସ୍କ ପିନ୍ଧି ଯିବା ଆସିବା କରୁଛନ୍ତି । ପ୍ରଦୂଷଣର ମାତ୍ରା ଏତେ ବଢ଼ିଗଲାଣି ଯେ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଲାଣି । ଏହାକୁ ଆୟତ କରିବା ପାଇଁ ସରକାର ଚେଷ୍ଟା କରୁଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ଏ ପର୍ଯ୍ୟନ୍ତ ହୋଇ ନାହିଁ । ଏତେ ସବୁ ଭିତରେ ବାସହରା ହୋଇ ରହୁଥିବା ଲୋକମାନଙ୍କ କଥା କେହି ବି ଭାବୁ ନାହାନ୍ତି । ସେମାନେ କେତେ ଅସୁବିଧାର ସମ୍ମୁଖୀନ ହେଉଥିବେ ସେ ବିଷୟରେ କେହି ଭାବୁ ନଥିବା ବେଳେ ଦିଲ୍ଲୀର ଜଣେ ୨୪ ବର୍ଷୀୟ ଯୁବକ ନମନ ମୁନଟ ସାହାଯ୍ୟର ହାତ ବଢ଼ାଇଛନ୍ତି ।

Better India

ପ୍ରାୟ ୫୦୦ ବସ୍ତି ପିଲାଙ୍କୁ ଦିଲ୍ଲୀରେ ହେଉଥିବା ବାୟୁ ପ୍ରଦୂଷଣରୁ ନିଜକୁ କିପରି ସେମାନେ ରକ୍ଷା କରିବେ ସେ ବିଷୟରେ ଜଣାଇବା ସହିତ ଏଥିରୁ ରକ୍ଷା ପାଇବା ପାଇଁ ମାସ୍କ ମଧ୍ୟ ଦେଇଛନ୍ତି । ଏହି ବିଷୟରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ ‘ଏହା ମୁଁ ଲୋକମାନଙ୍କୁ ଅନୁପ୍ରାଣିତ କରିବା ପାଇଁ କରିଛି । ଲୋକମାନେ ନିଜକୁ ଏହି ପ୍ରଦୂଷଣରୁ ରକ୍ଷା କରିବା ସହିତ ରାସ୍ତାକଡ଼ରେ ରହୁଥିବା ହଜାର ହଜାର ପିଲାଙ୍କୁ ମଧ୍ୟ ଏଥିରୁ ରକ୍ଷା ପାଇବା ପାଇଁ ସାହାଯ୍ୟ କରନ୍ତୁ । ମୁଁ ସମସ୍ତଙ୍କୁ ଅନୂରୋଧ କରୁଛି ଯେତେବେଳେ ବି କୌଣସି ରାସ୍ତାକଡ଼ର ପିଲାଙ୍କୁ ଆପଣ ଦେଖିବେ ସେମାନଙ୍କୁ ମାସ୍କ ନିହାତି ଭାବରେ ଦେବା ସହିତ ପ୍ରଦୂଷଣ ବିଷୟରେ ଜଣାଇବେ କାରଣ ସେମାନଙ୍କୁ ସଚେତନ କରାଇବା ଆମର ଦାୟିତ୍ୱ ।’

ବସ୍ତି ଅଞ୍ଚଳରେ ରହୁଥିବା ପିଲାମାନେ ଏ ବିଷୟରେ କିଛି ଜାଣି ନଥିବାରୁ ସେମାନଙ୍କ ଠାରେ ଶ୍ୱାସ,ଆଖି ପୋଡ଼ିବା, ଛାତିରେ ଯନ୍ତ୍ରଣା ଭଳି ବିଭିନ୍ନ ବାୟୁ ପ୍ରଦୂଷଣ ଜନିତ ରୋଗ ଦେଖା ଯାଇଥାଏ । ଯାହାଫଳରେ କି ଚିକିତ୍ସା ଅଭାବରୁ ସେମାନେ ମୃୁତ୍ୟମୁଖରେ ପଡ଼ନ୍ତି । ମୁଁ ଆରମ୍ଭ କରିଥିବା ଏହି କ୍ୟାମ୍ପେନ୍‌ରେ ସମସ୍ତେ ସାମିଲ ହୁଅନ୍ତୁ ଏବଂ ସେମାନଙ୍କୁ ମୃତ୍ୟମୁଖରୁ ବଞ୍ଚାନ୍ତୁ ।

ନମନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉପରେ ଗବେଷଣା କରୁଥିବାରୁ ସେ ପିଏମ୍‌ ୨.୫ କଣିକାକୁ ବୁଝିବା ସହିତ ତାହାର ପ୍ରଭାବ ବିଷୟରେ ମଧ୍ୟ ଜାଣିଛନ୍ତି । ତାଙ୍କ କହିବା ଅନୂଯାୟୀ ‘ଭବିଷ୍ୟତରେ ଏହି ପରିସ୍ଥିତି ସୁଧୁରିବ ନାହିଁ । ଏହା ଏମିତି ବଢ଼ି ଚାଲିଥିବ । ତେଣୁ ଲୋକମାଙ୍କୁ ଏଥିପାଇଁ ସତର୍କ ହେବାକୁ ପଡ଼ିବ । ବସ୍ତି ଅଞ୍ଚଳରେ ରହୁଥିବା ପିଲାମାନେ ଏ ବିଷୟରେ କିଛି ଜାଣି ନଥିବାରୁ ସେମାନଙ୍କ ଠାରେ ଶ୍ୱାସ,ଆଖି ପୋଡ଼ିବା, ଛାତିରେ ଯନ୍ତ୍ରଣା ଭଳି ବିଭିନ୍ନ ବାୟୁ ପ୍ରଦୂଷଣ ଜନିତ ରୋଗ ଦେଖା ଯାଇଥାଏ । ଯାହାଫଳରେ କି ଚିକିତ୍ସା ଅଭାବରୁ ସେମାନେ ମୃୁତ୍ୟମୁଖରେ ପଡ଼ନ୍ତି । ମୁଁ ଆରମ୍ଭ କରିଥିବା ଏହି କ୍ୟାମ୍ପେନ୍‌ରେ ସମସ୍ତେ ସାମିଲ ହୁଅନ୍ତୁ ଏବଂ ସେମାନଙ୍କୁ ମୃତ୍ୟମୁଖରୁ ବଞ୍ଚାନ୍ତୁ । ମୁଁ ଏବେ ଗର୍ବରେ କହିପାରିବି କି ମୁଁ ୫୦୦ ପିଲାଙ୍କର ଜୀବନ ବଞ୍ଚାଇଛିା’ ଆପଣ କେତେ ଜଣଙ୍କୁ ବଞ୍ଚାଇ ପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର